ପ୍ରଗତି ପଥ ମହୋତ୍ସବ ଅବସରରେ ନିମନ୍ତ୍ରିତ କବିଙ୍କ କବିତା ପାଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ ତରଫରୁ ଆୟୋଜିତ ପ୍ରଗତି ପଥ ମହୋତ୍ସବ ଅବସରରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିମନ୍ତ୍ରିତ କବିମାନଙ୍କ ଦ୍ୱାରା ଅନୁଷ୍ଠିତ କବିତା ପାଠୋତ୍ସବରେ ବରିଷ୍ଠ କବି ପ୍ରମୋଦ କୁମାର ଖମାରୀ, ସୁଧୀର ମେହେର, ଯାଦବେନ୍ଦ୍ର ସାହା, ସୁଶୀଲ କୁମାର ବାଗ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ସ୍ବର୍ଣ୍ଣକାନ୍ତି ବୈକାର, ସୁଦେଷ୍ଣା ପଣ୍ଡା, ବଙ୍କିମ ମୁଣ୍ଡ, ସୁରେଶ୍ୱରୀ ବାଘ, ଦୀପ୍ତି ମୁଣ୍ଡ, ରଜତ ବଂଶଲ, ଐଶ୍ଚର୍ଯ୍ୟା ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ। କବି ଜୟଦ୍ରଥ ସୁନା ଓ ପୁଣ୍ୟଦୀପା ଖମାରୀ କବିତା ସଂଯୋଜନା କରିଥିଲେ।

ନିମନ୍ତ୍ରିତ କବିମାନଙ୍କୁ ଅତିଥି ଜୟନ୍ତ କୁମାର ବେହେରା, ଡ. ଅଜୟ ମିଶ୍ର, ବିଶିଷ୍ଟ କବି ଦୁର୍ଗା ପ୍ରସାଦ ପଣ୍ଡା, ବିପିନ ବିହାରୀ ବିଶି, ବିଜୟ ପଣ୍ଡା, ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.