କେନାଲ ଜବରଦଖଲ, ଘଟଣା ସ୍ଥଳରେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁପା ପଞ୍ଚାୟତ କମିରାରୁ ଖଇରମାଲ ଜୋର (ନାଳ)କୁ ସଂଯୋଗ କରିଥିବା କେନାଲ ଉପରେ ଜଣେ ବ୍ୟକ୍ତି ଜବର ଦଖଲ କରି ସଲଭେଣ୍ଟ ପ୍ଲାଣ୍ଟ ନିର୍ମାଣ କରିଛନ୍ତି। ଫଳରେ ବହୁ ଚାଷ ଜମିରେ ପାଣି ମାଡି ପାରୁନାହିଁ। ଏ ନେଇ ଜଣେ ଚାଷୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଅନ୍ୟା ଦାସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଉକ୍ତ କେନାଲକୁ ଜବର ଦଖଲ କରି ସଲଭେଣ୍ଟ ପ୍ଲାଣ୍ଟ ନିର୍ମାଣ କରିଥିବା ଚାଷୀ ମାନେ ଅଭିଯୋଗ କରି ଆସୁଥିଲେ। ଫଳରେ ବହୁ ଚାଷ ଜମି ଚାଷ ହୋଇ ନ ପାରି ପଡିଆ ପଡିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ବଳିଷ୍ଠ ମହାକୁର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ହେଲେ କୌଣସି ସୁଫଳ ମିଳି ନ ଥିଲା। ପରେ ଚାଷୀ ଜଣକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଲ ଅନ୍ୟା ଦାସ, ତହସିଲଦାର ସୀତାରାମ ଭୋଇ , କେନାଲ ଡିଭିଜନର ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.