ଯତ୍ନ ଅଭାବରୁ ମରିବାକୁ ବସିଲାଣି ଚାରାଗଛ; ବୃକ୍ଷ ରୋପଣ କରି ଦାୟିତ୍ୱ ସାରିଦେଲେ ବନବିଭାଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବୃକ୍ଷ ହିଁ ଜୀବନ, ଏହି ଉକ୍ତି କୁ ଲୋକେ ବିଭିନ୍ନ ହିସାବରେ ନିଅନ୍ତି, କିଏ ଫୁଲ ପାଇଁ, କିଏ ଫଳ ପାଇଁ ତ କିଏ ଛାଇ ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷର ମହତ୍ୱ ରଖନ୍ତି। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ ପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ତେବେ ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ଅଧିନ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଓ ବେହେରା ଫରେଷ୍ଟ ସେକ୍ସନ ପକ୍ଷରୁ ଗତ କିଛିଦିନ ତଲେ ବିଜୁ ଏକ୍ସପ୍ରେସୱେର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି। ହେଲେ ଏହାର ଯତ୍ନ ନେବାରେ ବିଭାଗ ଆଦ୍ୟୋ ଗୁରୁତ୍ୱ ଦେଉ ନାହିଁ। ଯାହା ଫଳରେ ଗଛ ଗୁଡ଼ିକ ମରିବାକୁ ବସିଲାଣି। ଆମପାଣି ଫରେଷ୍ଟ ସେକ୍ସନ ପକ୍ଷରୁ ବିଜୁ ଏକ୍ସପ୍ରେସୱେର ଭାଲିଆଯୋର ନିକଟରୁ ଭୁର୍ଷାଗୁଡା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି। ସେହିପରି ଭାବେ ଭୁର୍ଷାଗୁଡା ନିକଟରୁ ବେହେରା ଫରେଷ୍ଟ ସେକ୍ସନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ତେବେ ଦିର୍ଘ ମାସେରୁ ଉର୍ଦ୍ଧ୍ବ ହେବ ଏହି ସବୁ ବୃକ୍ଷରେ ପାଣି ମୁନ୍ଦାଏ ମଧ୍ୟ ଦିଆଯାଉ ନାହିଁ। ଅନ୍ୟପଟେ ଅଞ୍ଚଳରେ ବର୍ଷା ହେଉ ନ ଥିବାରୁ ଗଛ ଗୁଡ଼ିକ ଝାଉଁଳି ପଡ଼ିଥିବା ବେଳେ ବିଭାଗର ଅବହେଳା ଯୋଗୁଁ ଅନେକ ସ୍ଥାନର ଗଛ ପାଣି ଅଭାବ କାରଣରୁ ମରି ଯାଇଥିବା ଦେଖିବାକୁ ମିଳିଛି। ଏମିତି କି ଗଛର ସୂରକ୍ଷା ପାଇଁ ଦେଇଥିବା ଜାଲି ମଧ୍ୟ ଠିକ୍ ଭାବରେ ଲଗାଯାଇ ନ ଥିବାରୁ ରାସ୍ତାରେ ପଡ଼ିଛି। ଅଧିକାଂଶ ଗଛର ସୂରକ୍ଷା ଜାଲିକୁ ଲୋକେ ଚୋରି କରି ମଧ୍ୟ ନେଇ ଗଲେଣି। ତଥାପି ବନ ବିଭାଗ ପାଖରେ ଖବର ନାହଁ। ଯାହାକୁ ନେଇ ପ୍ରକୃତି ପ୍ରେମୀ ଓ ସାଧାରଣ ଲୋକେ ଉଦବେଗ ପ୍ରକାଶ କରିଛନ୍ତି। ସରକାର ବୃଷ ରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବନ ବିଭାଗ ଗଛ ଲଗାଇ ନିଜର କର୍ତ୍ତବ୍ୟ ସାରି ଦେଉଛି। ପରବର୍ତ୍ତୀ ସମୟରେ ଗଛ ବଞ୍ଚିଲା କି ମଲା ସେଥିପ୍ରତି ବିଭାଗର କୈାଣସି ଦାୟିତ୍ୱ ରହୁନାହିଁ। ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗଛି। ଏ ନେଇ ବେହେରା ଏବଂ ଆମପାଣି ଫରେଷ୍ଟରଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ହେଁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.