କୁଞ୍ଜାପାଲିରେ ଦେଶୀ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ୬ ଗ୍ରାମର ଏସଏଚଜି ମହିଳା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଦେଶୀ ମଦ ବିକ୍ରି ଚାଲିଛି। ଦେଶୀ ମଦକୁ ବନ୍ଦ କରିବା ପାଇଁ ଏବେ ମହିଳା ଗୋଷ୍ଠୀ ବାହାରିଛନ୍ତି। ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡେମ୍, ସାଗଜୁରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ମହିଳା ମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସବୁ ଗାଁର ଏସ୍ଏଚଜି ମହିଳା ଗ୍ରୁପର ସମସ୍ତ ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରି ଦେଶୀ ମଦ ବିକ୍ରିକୁ ବିରୋଧ କରିଥିଲେ। ଦେଶୀ ମଦ ପିଇ ବହୁ ଲୋକଙ୍କ ମୃତ୍ୟୁ ଘଟିଛି, ମଦ ପିଇ ନାରୀ ମାନଙ୍କୁ ଅତ୍ୟାଚାର, ଗାଳି ଗୁଲଜ ଆଦି ବହୁତ ପ୍ରକାର ପାରିବାରିକ ସମସ୍ୟା ଦେଖିବାକୁ ମିଳୁଥିବା ଏସ୍ଏଚଜି ଗ୍ରୁପ ସଭାପତି ରୀନା ଭୋଇ କହିଛନ୍ତି। ଦେଶୀ ମଦ ପାଇଁ ଗାଁର ଅସାମାଜିକ ପରିବେଶ ସୃଷ୍ଟି ହେଉଛି। ଅତି ଶୀଘ୍ର ଉପରୋକ୍ତ ମାମଲାରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ମଦ ପିଇବା ଦ୍ଵାରା ବହୁ ଲୋକଙ୍କ ଅନେକ କ୍ଷୟକ୍ଷତି ହେଉଛି। ରୀନା ଭୋଇ, ବିଶାଖା ପଧାନ, ଗୀତାଞ୍ଜଳି ପଧାନ, ଫଗୁନି ନାଏକ୍, ସୈଦାମିନୀ ବେହେରାମାଳି, ବାସନ୍ତି ଭୋଇ ଆଦି ପ୍ରମୁଖ ଦାୟିତ୍ଵ ନେଇ ମଦ ବନ୍ଦ ପାଇଁ ଉଦ୍ୟମ କରୁଥିବା ବେଳେ ମଦ ବନ୍ଦ ନ ହେଲେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ହେବା ନେଇ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.