ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ମ୍ୟୁନିସିପାଲଟି ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ବିଭାଗ ‘କ’ ବିଭାଗ ୩ୟ ରୁ ୫ମ, ‘ଖ’ ବିଭାଗ ୬ଷଷ୍ଠ ରୁ ଅଷ୍ଟମ, ‘ଗ’ ବିଭାଗ ୯ମ ରୁ ୧୨ଶ ସର୍ବମୋଟ ୫୬ ଜଣ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। କ୍ରିୟାଯୋଗ ଅନୁଷ୍ଠାନର ଭବାନୀପାଟଣାର ମୁଖ୍ୟ ସଂଯୋଜକ ସରୋଜ କାନ୍ତି ପଣ୍ଡା ଓ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ସଂଯୋଜନାରେ ବିଚାରକ ଭାବରେ ବିଶ୍ବରଞ୍ଜନ ପଣ୍ଡା, ଅଦ୍ୟୋତ ବେହେରା, ଦୁଷ୍ମନ୍ତ କୁମାର ମୁଣ୍ଡ, ଦିଲ୍ଲୀପ କୁମାର ଚୌଧୁରୀ, ବିରଞ୍ଚି ନାରାୟଣ ସାହୁ, ଦେବଶଖା ଯୋଶୀ, ଅରୁଣ କୁମାର ପାଣିଗ୍ରାହୀ, ସୁଶ୍ରୀ ରଶ୍ମି ମହାରଣା ଓ ସୁଶ୍ରୀ ଲିଗ୍ଧା ମହାରଣା ସମ୍ପାଦନା କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁମାନେ ପୁରସ୍କୃତ ହୋଇଛନ୍ତି ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି।