ଶୌଚାଳୟ ପାଇଁ ମହାଭାରତ, ଲାଞ୍ଜିଗଡ଼ ବ୍ଲକ ସାମ୍ନାରେ ଧାରଣା: ଦୁଇଘଣ୍ଟା ପାଣିରେ ଭିଜି ଭିଜି ବସିଲେ ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଆବେଦନ କଲେ କୌଣସି ଫଳ ମିଳିଲାନାହିଁ।ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈଡି ଦୈାଡି ନୟାନ୍ତ ହେଲେ କେବଳ ଗୋଟିଏ ଶୌଚାଳୟ ପାଇଁ। ସ୍ବଛ ଭାରତ ମିଶନର ଏହି ଶୌଚାଳୟ ଯାହାକି ପ୍ରତ୍ୟୋକ ପରିବାରଙ୍କ ପାଇଁ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ତେବେ ଏଥିରେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି ହିତାଧିକାରୀ। ତେବେ ପ୍ରବଳ ବର୍ଷାରେ ଦୀର୍ଘ ଦୁଇ ଘଣ୍ଟା ଧରି ଭିଜି ଭିଜି ଧାରଣାରେ ବସିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ହୀତାଧିକାରିଙ୍କ ପ୍ରତି ଆଦୌ ଦୃଷ୍ଟି ପାତ କରାଯାଇନଥିଲା। ଯାହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜନସାଧାରଣଙ୍କ ପ୍ରତି ପ୍ରଶାସନ ଏତେ ଉଦାସୀନତା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ। ଏହି ବ୍ଲକର ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଅନ୍ତର୍ଗତ କାକଭଟା ଗାଁର ହିତାଧିକାରୀ ଗଙ୍ଗାରାମ ସୁନା ବିଗତ ୨୦୧୯ମସିହାରୁ ନିଜ ଘରେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ନିଜ ଘରେ ଶୌଚାଳୟ ନିର୍ମାଣ ପାଇଁ ଆବେଦନ କରିଆସୁଥିଲେ ହେଁ ବ୍ଲକ ପ୍ରଶାସନ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ। ଏପରି କି ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ନ’ମିଳିବାରୁ ଆଜି ବାଧ୍ୟ ହୋଇ ଶ୍ରୀସୁନା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଜାତୀୟ ପତାକା ଓ ଭାରତୀୟ ସମ୍ବିଧାନ ଧରି ଧାରଣାରେ ବସିଥିଲେ।ତାଙ୍କ ସହିତ ଏଆଇସିସିଟିୟୁର ସଦସ୍ୟ ମାନେ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଏପରିକି ଶେଷରେ ପୋଲିସର ଉପସ୍ଥିତିରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର ଆସି ଧାରଣାକାରିଙ୍କ ଦାବି ଗ୍ରହଣ କରିଥିଲେ ଓ ମାତ୍ର ୧୫ଦିନରେ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ବିଡ଼ିଓ ଶ୍ରୀ ପାତ୍ର। ଅପର ପକ୍ଷରେ ଶ୍ରୀ ସୁନା ସ୍ୱଚ୍ଛଭାରତ ମିଶନ ଯୋଜନାରେ ଜଣେ ହିତାଧିକାରୀ ହୋଇଥିଲେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନ’ପାଇବାରୁ ବାଧ୍ୟ ହୋଇ ନିଜସ୍ୱ ଅର୍ଥରେ ତିଆରି କରିସାରିଛନ୍ତି ଶୌଚାଳୟ। ତେବେ ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ଉକ୍ତ ଶୌଚାଳୟର ଅନୁଦାନ ପ୍ରଦାନ କାରିବାକୁ ଦାବି କରିଛନ୍ତି ଶ୍ରୀସୁନା। ତେବେ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ପାତ୍ର ମାତ୍ର ୧୫ ଦିନ ସମୟ ଦେଇଥିବାବେଳେ ସତରେ ତାହା କାର୍ଯ୍ୟକାରୀ ହେଉଛି ନା’ନାହିଁ ତାହା ଦେଖିବାକୁ ବାକିରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.