ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର ଘଟଣା: ମୁଖ୍ୟ ଅଭିଯୁକ୍ତ ଫେରାର ୨ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ କାଞ୍ଚନ ମୁଖି, ପୁଞ୍ଜାମ ଓ ଜିରାଗାଁ ସଂରକ୍ଷିତ ଜଙ୍ଗଲ ନିକଟରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଘଟଣାରେ ବନବିଭାଗ ଦୁଇ ଶିକାରୀଙ୍କୁ କୋର୍ଟଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି। ଶିକାରୀ ମାନେ ହେଲେ ପୁଞ୍ଜାମ ଗାଁର ହାନ୍ଦା ମାଝୀ, କାଞ୍ଚନମୁଖି ଗାଁର ଲକି ମାଝୀ ଓ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ କେନ୍ଦୁଗୁଡ଼ାର ରାଜୁ ମାଝୀ ବୋଲି ଜଣାପଡିଛି। ତାଙ୍କ ଠାରୁ ବିଦ୍ୟୁତ୍ ତାର ସହ ଗୋଟିଏ ଟାଙ୍ଗିଆ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୂଚନାଯୋଗ୍ୟଯେ ପାହାଡପଦର ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ୍ ବାରମ୍ବାର କାଟ ହେଉଥିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଏହି ଅଞ୍ଚଳକୁ ବିଦ୍ୟୁତ୍ ଯାଞ୍ଚ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଏହି ଅଞ୍ଚଳକୁ ଯାଇଥିଲେ ହେଲେ ଏହି ଅଞ୍ଚଳରେ ବ୍ୟାପକ ଭାବରେ ବିଦ୍ୟୁତ୍ ତାର ଲଗାଇ ଦୁର୍ବୁତ୍ତ ମାନେ ଜଙ୍ଗଲି ବରାହ, ହରିଣ, ଠେକୁଆ କୁଟୁରା ଭଳି ଅନେକ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବା ଜାଣିବାକୁପାଇଥିଲେ। ଜଙ୍ଗଲରେ ଥିବା ପ୍ରତ୍ୟକ ବିଦ୍ୟୁତ୍ ଖୁଣ୍ଟରୁ ତାର ଟାଣି ଜଙ୍ଗଳର ଅନେକ ସ୍ଥାନରେ ତାର ବିଛାଇ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବା ବେଳେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ତାର ଓ ଦୁଇ ଅଭିଯୁକ୍ତଙ୍କୁ ଜବତ କରି ବନବିଭାଗକୁ ଖବର ଦେଇଥିଲେ ଏବଂ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର, ଟାଙ୍ଗିଆ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ବନବିଭାଗକୁ ଅବଗତ କରିବାପରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ତିନି ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାଜୁ ମାଝୀ ଫେରାର ଥିବା ଜଣାପଡିଛି। ଅପରପକ୍ଷରେ ଆଜି କୋର୍ଟ ଚାଲାଣ ହୋଇଥିବା ହାନ୍ଦା ମାଝୀ ଓ କଲି ମାଝୀଙ୍କ ପରିବାର ଏହି ଦୁଇ ଜଣଙ୍କୁ ଜାଣିଶୁଣି ଫସେଇ ଦେଇ ମୁଖ୍ୟ ଅଭିଯୁକ୍ତ ରାଜୁ ମାଝୀକୁ ବନବିଭାଗ ଛାଡ଼ି ଦେଇଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ମୁଖ୍ୟ ଅଭିଯୁକ୍ତ ରାଜୁ ମାଝୀକୁ ଆଣୁଥିବା ବେଳେ ସେ ଫେରାର ମାରିଛି ବୋଲି କହିଛନ୍ତି। ତେବେ ଏ ନେଇ ବନବିଭାଗ ପକ୍ଷରୁ କେସ ନଂ ୬୨/୨୪୨୫, ସେକ୍ସନ ୯, ୩୯୧ଡି ଅଫ୍ ୧୯୭୨ଓ ଆକ୍ଟ ୧୫ରେ ଏକ ମାମଲା ରୁଜୁ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.