ଡୁଙ୍ଗୁରିପାଲି ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଡୁଙ୍ଗୁରିପାଲି ଶିବ ମନ୍ଦିରରୁ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ହଜାର ହଜାର ବିଜେଡି କର୍ମୀ ଓ ଜନସାଧାରଣ ପଦ ଯାତ୍ରାରେ ବାହାରି ମୁଖ୍ୟ ରାସ୍ତା ଦେଇ ଆରଏମସି ଠାରେ ପହଞ୍ଚିଥିଲେ। ଏହି ଅବସରରେ ଡୁଙ୍ଗୁରିପାଲି ବିଜେଡି ବ୍ଲକ ସଭାପତି ହିମାଂଶୁ ଶେଖର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପୂଝାରୀ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ମଜଭୁତ କରିବା ପାଇଁ ସମସ୍ତେ ଏକତ୍ରିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲାରେ ଅଧୁରା ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ପ୍ରତ୍ୟେକ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ବରିଷ୍ଟ ବିଜେଡି ନେତା ଆକାଶ ମିଶ୍ର, ଜିଲ୍ଲା ସଭାପତି ସରୋଜ କମ୍ପ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁପାର ଠେଲା, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ୍ୟା ଅହଲ୍ୟା ସାହୁ, ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ବିଏମପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ଉପ ସଭାପତି ରମେଶ ପୂଝାରୀ, ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ସୋନପୁର ବ୍ଲକ ସଭାପତି ଶଙ୍କର ପ୍ରସାଦ ସା, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌରାଧ୍ୟକ୍ଷ୍ୟା ତାମସି ତାମସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଭୋଇ, ମଧୁ ସୁଧନ ଓତା ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷି ଥିଲେ। ମୋହନ ସରକାର ଓଡ଼ିଶାର ମା, ଭଉଣୀ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେଇ ଥିବା ଉପସ୍ଥିତ ଥିବା ନେତୃବୃନ୍ଦ କହିଥିଲେ। କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ବିଶ୍ଵାଳ, ଗୁଣନିଧି ଦୀପ, ଜିଲ୍ଲା ସାଧାରଣ ସମ୍ପାଦକ ବସୁ ରଣା, ଧିରେନ୍ଦ୍ର ପଣ୍ଡା, ଡୁଙ୍ଗୁରୀପାଲି ଆତ୍ମ ଅଧ୍ୟକ୍ଷ ବିବସ୍ଵତ୍ ପଣ୍ଡା, ଆଶିଷ ନନ୍ଦ, ଜିଲ୍ଲା ଛାତ୍ର ଉପ ସଭାପତି ଆଲୋକ ତାଣ୍ଡି, ବିକାଶ ବିଶ୍ବାଳଙ୍କ ସମେତ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.