‘ଦେଶ ପ୍ରତି ସମର୍ପିତ ରହିବା, ଦୁର୍ନୀତିକୁ ପ୍ରଶୟ ନ ଦେବା’

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ସାମାଜିକ ଜୀବନରେ ସ୍ୱଚ୍ଛ, ସରଳ ଓ ସମାଗମି ମଣିଷଟିଏ ହେଲେ ଦେଶ ପ୍ରଗତି ପଥରେ ଯିବ ବୋଲି ପରାମର୍ଶ ଦେଇଥିଲେ। ଆମ ଦୈନନ୍ଦିନ ଜୀବନରେ ଏକ ଦୁର୍ନୀତି ମୁକ୍ତ ଚିନ୍ତନକୁ ଧ୍ୟାନ ଦେଲେ ଦେଶର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଭାବେ ସାମଗ୍ରିକ ବିକାଶ ହୋଇଥାଏ ବୋଲି ପିଲାମାନଙ୍କୁ କହିଥିଲେ। ଏଥରର ଭାବବସ୍ତୁ ‘ଆତ୍ମନିଷ୍ଠାର ସଂସ୍କୃତିରେ ଦେଶର ସମୃଦ୍ଧି’ ଉପରେ ଗୁରୁତ୍ବ ଦେଇ ସଚ୍ଚୋଟ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଡ଼. କୌତୁକ ପନ୍ଦର ‘ଶପଥ ପାଠ’ ପଠନ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରଫେସର୍ ପୀତବାସ ଭୋଇ, ଡ଼. ଅମୃତ ସିଂ ବରିହା, ଡ଼. ଅଶୋକ କୁମାର ମହାରଣା, ଡ଼. ରମଣି ନାଏକ, ବନ୍ଦନା ବାର୍, ହୃଷୀକେଶ ଦାସ, ମଧୁସ୍ମିତା ମିଶ୍ର ତଥା ଅନ୍ୟାନ୍ୟ ବିଭାଗର ଅଧ୍ୟାପିକା ଅଧ୍ୟାପକ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.