ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସଦର ବ୍ଲକ ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ ବାଗଦୁଲି ହରିଜନ ପଡାର ବାସିନ୍ଦା। ପଡାର ଅଧିବାସୀଙ୍କ ପାଇଁ ଯଦିଓ ୨ଟି ନଳକୂପ ଅଛି ସେଥିରୁ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା ଆଉ ପାନୀୟ ଜଳ ରୂପେ ବ୍ୟବହାର କରି ହେଉନାହିଁ। ଯାଫଳରେ ବହୁତ ହଇରାଣ ରେ ପଡିଛନ୍ତି ଗ୍ରାମବାସୀ। ବାରମ୍ବାର ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଆପତ୍ତି ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଓ ନାମକୁ ମାତ୍ର ମରାମତି କଲେ ମଧ୍ୟ ତାହା ଅତି ଶିଘ୍ର ଅଚଳ ହେଉଥିବା ଓ ସେଥିରୁ ମଧ୍ୟ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା ଆଉ ପାନୀୟ ଜଳ ରୂପେ ବ୍ୟବହାର କରି ହେଉନାହିଁ। ତେଣୁ ଉକ୍ତ ପଡ଼ାର ଅନେକ ବସ୍ତିବାସିନ୍ଦା ସୋନପୁର ସଦର ରେ ଆଜି ଅନୁଷ୍ଠିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇବା ସହ ସେମାନେ ଉକ୍ତ ନଳକୂପ ରୁ ସଂଗୃହିତ ଗୋଳିଆ ପାଣିର ନମୂନା ମଧ୍ୟପ୍ରଦାନ କରିଥିଲେ। ସେମାନେ ମଧ୍ୟ ତାଙ୍କ ପାଇଁ ଏକ ଗଭୀର ନଳକୂପ ଆଜିକୁ ଅନେକ ଦିନରୁ ଖନନ ସତ୍ତ୍ୱେ ସେଠାରେ ମୋଟର ସଂଯୋଗ ନହେବା ଯୋଗୁଁ ସେଥିରୁ ମଧ୍ୟ ପାଣି ପାଇପାରୁ ନଥିବାରୁ ଅତି ଶିଘ୍ର ସେଥିରେ ମୋଟର ସଂଯୋଗ କରି ସେଥିରୁ ପିଇବା ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଜିଲ୍ଲାପାଳଙ୍କୁ ଆଜି ଉକ୍ତ ପଡ଼ାର କ୍ଷମାନିଧି ସୁନା, ଝକିତା ବଣ୍ଡକି, ଶୁଭମ ବିଭାର, ଦୁହିତା ସୁନା, ସପ୍ତମି ବିଭାର, ନିଳାମ୍ବର ବିଭାର, ଅନିଲ କୁମ୍ଭାର, ଲିପି ବିଭାର, ସୁଜିତ ମହାନନ୍ଦ, ସଂଯୁକ୍ତା ମହାନନ୍ଦ ପ୍ରମୁଖ ଅନେକ ଗ୍ରାମବାସୀ ମାନେ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଜଣାଇଥିଲେ।