ଜନସମ୍ପର୍କ ପଦଯାତ୍ରା ଲାଗି ବିଜେଡିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଳକ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମଙ୍ଗଳବାର ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ ପ୍ରମୁଖ ଯୋଗଦେଇ ଥିଲେ। ବୈଠକରେ ୨୨ ଗୋଟି ପଞ୍ଚାୟତର ବିଜେଡ଼ି ପଞ୍ଚାୟତ ସଭାପତି ସହ କର୍ମୀମାନେ ଯୋଗଦେଇ ଥିଲେ। ଉପସ୍ଥିତ ସମସ୍ତଙ୍କ ମତାମତ ପରେ ଆସନ୍ତା ୯ ତାରିଖରେ କୋକସରା ବ୍ଳକ ଡାଲଗୁମାଠାରୁ ବେହେରା ପର୍ଯ୍ୟନ୍ତ ପଦଯାତ୍ରା ପାଇଁ ସ୍ଥିର କରାଯାଇଛି। ଏହି ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ବିଜେପି ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଅଶୋକା ନାଏକ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଳକ ସମ୍ପାଦକ ପଞ୍ଚକ ପୋଡ଼, ରାଜେନ୍ଦ୍ର ନାଏକ, ମଙ୍ଗଳୁ ଚରଣ ଭାଟି, ବିଜୟ କୁମାର ପଣ୍ଡା, ସୁରେଶ ସାହୁ, ରବିନାରାୟଣ ଦାସ, ବିନୋଦ ସିଂ, ମହେଶ ଗୁପ୍ତା, ବିଶ୍ବନାଥ ପଟ୍ଟନାୟକ, ବାବୁ ସାହୁ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.