ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶାନ୍ତକାନନରେ ପାଠାଗାର ଓ ପଠନଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନସ୍ଥିତ ଫକୀରମୋହନ ସ୍ମୃତିସୌଧରେ ନୂତନ ଭାବେ ଏକ ପାଠାଗାର ଓ ପଠନଗୃହକୁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିଛନ୍ତି।

Omkar Vasthu
Omkar Vasthu

ପରିଷଦର ସଭାପତି ଡକ୍ଟର ସୁବାସଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍‌ଘାଟକ ଭାବରେ ଯୋଗ ଦେଇ ଫକୀରମୋହନ ସାହିତ୍ୟ ପରିଷଦର ଭାଷା ଓ ସାହିତ୍ୟ ଦିଗରେ ନିରବଚ୍ଛିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଘୋଷ ଏହି ସଭାରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ପରିଷଦ ସହିତ ଫକୀରମୋହନ ମହାବିଦ୍ୟାଳୟର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ନୂତନ କର୍ମକର୍ତ୍ତା ଭାବେ ନିର୍ବାଚିତ ହୋଇଥିବା ଉପସଭାପତି ଦୀନବନ୍ଧୁ ଲେଙ୍କା, ଅଞ୍ଜଳି ପଣ୍ଡା, ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ, ରାଜେଶ ଗିରି, କୋଷାଧକ୍ଷ ତପନ ରାୟ ପରିଷଦର ସଦସ୍ୟମାନଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ପାଞ୍ଚ ଜଣ ବରିଷ୍ଠ ସଦସ୍ୟ ପ୍ରହ୍ଲାଦ ଚରଣ ମହାନ୍ତି, ଶରତ କୁମାର ଦାଶ, ପୁରୁଷୋତ୍ତମ ବିଶ୍ଵାଳ, ଶରତ କୁମାର ମହାପାତ୍ର ଓ ପଦ୍ମଲୋଚନ ଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଡକ୍ଟର ପାତ୍ର ପରିଷଦର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ପରିଷଦର ବିଦାୟୀ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ପରିଷଦ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.