ବେଦାନ୍ତ ଲାଞ୍ଜିଗଡ଼ କାର୍ଯ୍ୟସ୍ଥଳରେ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଅନେକ ଗୁଡ଼ିଏ ନିରାପତା ଅଧିବେଶନ ପରିଚାଳନା କରିଛି

୨୫୦ ରୁ ଅଧିକ କର୍ମଚାରୀ ସଦସ୍ୟ, ବ୍ୟବସାୟୀ ସହଭାଗି ମକ ଡ୍ରିଲ ଓ ନରାପତା ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼, ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡର ଆଲୁମିନିୟମ ନିର୍ମାତା ଏହାର କାର୍ଯ୍ୟ ପରିସର ଓ ବାହାରେ ସୁରକ୍ଷା ଅଭ୍ୟାସକୁ ବୃଦ୍ଧି କରିବା ଲାଗି ପ୍ରୟାସର ଅଂଶ ଭାବରେ ଏକ ପ୍ରଶିକ୍ଷଣ ଅଭିଯାନ ଆୟୋଜନ କରିଥିଲା । ପୁଂଟ ପରିସରରେ ନିରାପତା ପାରାମିଟର୍ସ ଗୁଡ଼ିକ ପରିଚାଳନା ଲାଗି ମକ ଡ୍ରିଲ, ତାଲିମ ଅଧିବେଶନ ଓ ସପଫ୍ଲୋର ପ୍ରଦର୍ଶନ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।

Omkar Vasthu
Omkar Vasthu

ପ୍ରତି ଛଅ ମାସରେ ଅନୁଷ୍ଠିତ ପର୍ଯ୍ୟାୟ ମକ ଡ୍ରିଲ ଅଧିବେଶନ, ଜରୁରୀକାଳୀନ ପ୍ରତିକ୍ରିୟା, ପ୍ରୋଟୋକଲକୁ ଦୃଢ କରିବା ଲାଗି ଲକ୍ଷ୍ୟ ରଖି ଯେକୌଣସି ଜରୁରୀକାଳୀନ ନିରାପତା, ଅଗ୍ନିକାଣ୍ଡ, ଯାନ୍ତ୍ରିକ ତ୍ରୁଟି ଓ ଅନ୍ୟାନ୍ୟ ସୁରକ୍ଷା ପ୍ରତିକାର ଉପରେ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇଥିଲା । ଏହା କେବଳ କର୍ମକ୍ଷେତ୍ରରେ ଶୂନ୍ୟ ତ୍ରୁଟି ହାସଲ କରିବା ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଗୋଷ୍ଠୀଙ୍କ ସୁରକ୍ଷା ପାଇଁ କମ୍ପାନିର ପ୍ରତିବଦ୍ଧତାର ପ୍ରମାଣ ଅଟେ ।

Pearl dental clinic
Near Ashish Medical Store, Bhawanipatna

କ୍ରିଟିକାଲ ରିସ୍କ ମ୍ୟାନେଜମେଟ ୱାର୍କସପ ବିଭାଗର ସୁରକ୍ଷା ଚିନ୍ତାଧାରା ସହ ଯାନବାହନ ବ୍ୟବହାରକାରୀଙ୍କ ପାରସ୍ପରିକ କ୍ରିୟା, ଉଚ୍ଚତାରେ ରହି କାର୍ଯ୍ୟ, ବିଛିନ୍ନତା ପ୍ରତି ଥିବା ବିପଦ ସଂପର୍କରେ ଏକ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ଦିଗରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯଥା

Udyog Nursery
Udyogi Nursery

ଗତିଶୀଳ ଡ୍ରାଇଭିଂ ଅବସୁ ଓ ନିରାପଦ ଆଭ୍ୟନ୍ତରୀଣ ଯାନବାହାନ କାର୍ଯ୍ୟ ମାଧ୍ୟମରେ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା । ସଠିକ ବିଛିନ୍ନତା କରି ବୈଦ୍ୟୁତିକ ଶକ୍ତି ସାଇଟରେ କାର୍ଯ୍ୟ କରିବା । ସିମୀତ ସ୍ଥାନରେ କାର୍ଯ୍ୟରେ ସଠିକ ଚିହ୍ନଟ ଓ ଉଦ୍ଧାର ଯୋଜନା କରିବା ।

ନିରାପତା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଲାଗି ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସିଇଓ-ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଥିଲେ ଯେ ଆଚରଣ ବିଧି ତାଲିମ ଓ ଅସୁରକ୍ଷିତ ସ୍ଥାନରେ କାର୍ଯ୍ୟ ଅଭ୍ୟାସ ପାଇଁ ନିରାପତା ଅବଲମ୍ବନ ଆଭିମୁଖ୍ୟ ଜରୀଆରେ ଏକ ସୁରକ୍ଷା ସଂସ୍କୃତି ବଜାୟ ରଖିବା ଆମର ଦାୟିତ୍ଵ ଅଟେ । କାର୍ଯ୍ୟକ୍ଷେତ୍ର ଓ ବାହାରେ ନିରାପତା ବୃଦ୍ଧି ଲାଗି ବେଦାନ୍ତ ଆଲୁମିନିୟମ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି

ସେଗୁଡ଼ିକ ହେଲା-

ସୁରକ୍ଷା ସଂକଳ୍ପ ଦିବସ- ଏକ ମାସିକ ଅଭିଯାନ ଯାହା କର୍ମଚାରୀ ଓ ବ୍ୟବସାୟୀ ସହଭାଗିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ।

ଚକ ଉପରେ ତାଲିମ: ଏକ କାର୍ଯ୍ୟକ୍ରମ ଯାହା ମୋବାଇଲ ସୁରକ୍ଷା ଭ୍ୟାନ ଜରୀଆରେ ଲାଇଭ ପ୍ରଦର୍ଶନ ଦ୍ବାରା ନିରାପତା ପ୍ରୋଟୋକଲକୁ ଦୋହରାଇବା ଲାଗି ଲକ୍ଷ୍ୟ ରଖେ ।

ସଡ଼କ ସୁରକ୍ଷା: ବିଭିନ୍ନ ସ୍ଥାନରେ ସ୍ପିଡ ମନିଟରିଂ ଜରୀଆରେ ଡ୍ରାଇଭର ମାନଙ୍କୁ ସଚେତନ କରାଇବା ଲକ୍ଷ୍ୟ ରଖେ ।

ଗୁରୁତ୍ବପୂର୍ଣ ବିପଦ ଗୁଡ଼ିକର ପରିଚାଳନା ପାଇଁ ମଡ୍ୟୁଲର କାର୍ଯ୍ୟକାରୀତା ଦ୍ଵାରା ବିଦ୍ୟୁତ ସହ କାର୍ଯ୍ୟ କରୁଥିବା କର୍ମଚାରୀ, ଉଚ୍ଚତାରେ ରହି କାର୍ଯ୍ୟ, କ୍ରେନ ଓ ଘୂର୍ଣ୍ଣନ ମେସିନ, ପଥଚାରୀଙ୍କ ସୁରକ୍ଷା ଦିଗ ଗୁଡ଼ିକ ଉପରେ ସୁରକ୍ଷା ଅଧିକାରୀଙ୍କୁ ସାଇଟରେ ନିଯୁକ୍ତ କରାଯାଇଛି ।

ମାନକୀକରଣ ଓ ମନିଟରିଂ ଜରୀଆରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାରର ସମାନତା ଓ ଶୃଙ୍ଖଳିତ ବ୍ୟବସ୍ଥାକୁ ନିଶ୍ଚିତ କରିବା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.