ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ରୁ ଆରମ୍ଭ ହୋଇଛି ବିଜେଡି ର ଜନ ସମ୍ପର୍କ ପଦଯାତ୍ରା। ଏହି କ୍ରମରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଙ୍କ ନେତୃତ୍ୱରେ ୨୧/୧୦ ସୋମବାର ଠାରୁ ନର୍ଲା ନିର୍ବାଚନ ମଣ୍ଡଳୀର ମଦନପୁର ରାମପୁର ବ୍ଲକର ଜିଲ୍ଲା ପରିଷଦ ଜୋନ- ୨ ରେ ବିଜୁ ଜନତା ଦଳର ଜନ ସଂପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା।
୨୨/୧୦ ମଙ୍ଗଳବାର ମଦନପୁର ରାମପୁର ର ଜୋନ-୧ ରେ ଅନୁଷ୍ଠିତ ହୋଇଥିଲା ଜନ ସମ୍ପର୍କ ପଦଯାତ୍ରା। ଗତକାଲି ୨୩/୧୦ ରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ଵରେ ନର୍ଲା ଜୋନ -୨ ରେ ଅନୁଷ୍ଠିତ ହୋଇଥିଲା ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା। ମାଣ୍ଡେଲ ଗ୍ରାମ ପଞ୍ଚାୟତର ଆସୁରଗଡ ଠାରୁ ପ୍ରାୟ ୨୦୦ ଲୋକଙ୍କ ସହିତ ଆରମ୍ଭ ହୋଇଥିଲା ଏହି ପଦଯାତ୍ରା। ନର୍ଲାରୋଡ ଦୁର୍ଗା ମନ୍ଦିରରେ ଦୁର୍ଗାଙ୍କ ଆଶିଷ ଭିକ୍ଷା କରି ପଦଯାତ୍ରା କରିଥିଲେ ବିଧାୟିକା ଶ୍ରୀମତୀ ମହାନ୍ତି।ମାଣ୍ଡେଲ, ସର୍ଗିଗୁଡା, ବାଗପୁର, କୁରମେଲ, ବାଲସିଙ୍ଗା, ସେରଗଡ ଗ୍ରାମ ପଞ୍ଚାୟତ କୁ ଯାଇ ଶେଷରେ ତୁଳାପଡ଼ାରେ ସମାପନ ହୋଇଥଲା ନର୍ଲା ବିଜେଡି ର ଶେଷ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା। ଏହି ଯାତ୍ରା ସମୟରେ ବିଜେପି ସରକାରର ମନ ମୁଖୀ ଶାସନ ଏବଂ ନିର୍ବାଚନ ସରିଲା ପରେ ପ୍ରତାରଣା, ମିଛ ପ୍ରତିଶୃତି ଥିଲା, ତାହା ଲୋକ ମାନଙ୍କୁ ବୁଝେଇ ଥିଲେ ମାନ୍ୟବର ବିଧାୟିକା ଶ୍ରୀମତୀ ମହାନ୍ତି। ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ରେ ପୁଣି ଥରେ ଷଷ୍ଠ ଥର ପାଇଁ ମାନ୍ୟବର ନଵୀଵ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ସକଳ୍ପ ନେବା ଜରୁରୀ ହୋଇ ପଡ଼ିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ଜନ ସଂପର୍କ ପଦଯାତ୍ରା ରେ ସାମିଲ ହୋଇଥିଲେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ମହିଳା ନେତ୍ରୀ ପ୍ରମିଳା ପଧାନ, ଯୁବ ନେତା ମନ ମୋହନ ନାଏକ, ଅର୍ଜୁନ ପଧାନ, ତ୍ରିଲୋଚନ ଗଉଡ, ଜୟନ୍ତ ଗଉଡ, କିଶୋର ନାଏକ, ବିନାୟକ ମହନ୍ତ, ଟୁଲୁ ଓଝା, ରାଜୀନ ସାହୁ, ଅନୀ ବାଗ, ରବି ସାମଲ, ଶ୍ରୀମୁଖ ମାଝୀ ଓ ନର୍ଲାରୋଡ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ଏଥିରେ ଯୋଗଦାନ କରିଥିଲେ। ବରିଷ୍ଠ ବିଜେଡି ନେତା ଗୋବିନ୍ଦ ତାଣ୍ଡି, ଚଣ୍ଡୀ ଦାସ ସାହୁ, ସୁଦର୍ଶନ ଦୋରା, ଘାସିରାମ ସାହୁ, ସତ୍ୟବାଦୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।





