ଜନନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜଣେ ବିଶିଷ୍ଟ ରାଜନେତା, ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ଉତ୍ତରଦାୟାଦ୍, ବ୍ରହ୍ମଗିରି ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ। ସେ ୧୯୬୪ ମସିହା ଫେବୃୟାରୀ ୧୪ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗଡ଼ ରୋଡ଼ଙ୍ଗ ରେ ଜନ୍ମଗ୍ରହଣ କରିଥିଲେ। ସେ ବିଜେବି କଲେଜରୁ ସ୍ନାତକ ଲାଭ କରିଥିଲେ। କଲେଜରେ ପଢ଼ିବା ବେଳେ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ, ୧୯୮୫ରେ ସାଧାରଣ ସମ୍ପାଦକ, ଓ ୧୯୮୭ରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୬ରେ ସେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ହୋଇଥିଲେ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବା କାଳରେ ସେ ସେଠାର ସିନେଟ ସଦସ୍ୟ ହୋଇଥିଲେ।

Omkar Vasthu
Omkar Vasthu

ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ତିନି ଥର ନିର୍ବାଚିତ ହୋଇଥିଲେ। ସେ ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ। ତାଙ୍କର ଦାମ୍ଭିକତା, ନିର୍ଭୀକତା, ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଙ୍କୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା। ଜଣେ ଦକ୍ଷ ସଂଗଠକ ହିସାବରେ ସମଗ୍ର ଓଡ଼ିଶାରେ ଚ଼ର୍ଚ୍ଚିତ ଥିଲେ। ବ୍ରହ୍ମଗିରି ବିଧାନସଭା ତଥା ଓଡ଼ିଶାର ଜନସାଧାରଣଙ୍କ ଦୁଃଖସୁଖ ର ସାଥି ଭାବେ ରହିଥିଲେ। ବ୍ରହ୍ମଗିରି ଅଞ୍ଚଳ ତଥା ଓଡ଼ିଶାର ସାମୂହିକ ବିକାଶ ଦିଗରେ ସର୍ବଦା ଚ଼େଷ୍ଟିତ ଥାଇ ବହୁ ଉନ୍ନତି ମୂଳକ କାର୍ଯ୍ୟକରିଥିଲେ। ତାଙ୍କର ନିର୍ଭିକତା ଓ ସ୍ପଷ୍ଟବାଦିତାକୁ ଆଜିର ଯୁବ ସମାଜ ପାଇଁ ଆଦର୍ଶ ଓ ପ୍ରେରଣା। ସେହି ବିଶିଷ୍ଟ ଜନନେତା, ପୂର୍ବତନ ବିଧାୟକ ତଥା ଓଡ଼ିଶା ଛାତ୍ର,ଯୁବ ମାନସ ର ପ୍ରତୀକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ୨୦୧୬ ମସିହା ନଭେମ୍ବର ୬ ତାରିଖରେ ଦୁନିଆ ଛାଡ଼ି ଚ଼ାଲିଯାଇଥିଲେ।ଆଜି ତାଙ୍କର ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ। “ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ। ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା,ସଂଗଠକ, ସମାଜସେବାର ପରାକାଷ୍ଠା ଏବଂ ରାଜନୈତିକ ପାରଦର୍ଶିତା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ବ୍ରହ୍ମଗିରି ଅଞ୍ଚଳ ତଥା ଓଡ଼ିଶା ର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ବ୍ରହ୍ମଗିରି ଅଞ୍ଚଳ ତଥା ଓଡ଼ିଶା ର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ। ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ,ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ।

Pearl dental clinic
Near Ashish Medical Store, Bhawanipatna

ଲୁଲୁ ଭାଇ ତୁମେ ଥିଲ ଛାତ୍ର ଯୁବକଙ୍କ ସାଥି
ଚିର ଅମର ରହିବ ତୁମ ସ୍ମୃତି…..।

Udyog Nursery
Udyogi Nursery
ଲେଖକ : ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର ତଥା ଶିକ୍ଷାବିତ୍
ବାଣପୁର,ଖୋର୍ଦ୍ଧା
ପିନ୍ ନଂ – ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.