କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ନବ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ବିଧାୟକଙ୍କ ଦ୍ଵାରା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଲୟର ନୂତନ ଭାବେ ନିର୍ମାଣ ହୋଇଥିବା ଏକ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଙ୍କ କର କମଳରେ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ନୂତନ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ 5-ଟି ଯୋଜନା ଅନ୍ତର୍ଗତ ଭିତ୍ତିଭୂମି ଅନୁଦାନ କାର୍ଯ୍ୟକ୍ରମରେ ଦିଆଯାଇ ଥ‌ିବା ୫୦ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥ‌ିବା ସୂଚନା ଦେଇଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ବନାପଲି। ପରେ ବିଧାୟକ ଶ୍ରେଣୀ ଗୃହ ବୁଲି ଦେଖିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ପ୍ରଶାନ୍ତ ବନାପଲୀଙ୍କ ଅଧ୍ୟକ୍ଷତାରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଲ ପାଠପଢି ଭଲ ମଣିଷ ହୋଇ ମହାବିଦ୍ୟାଳୟର ନାମକୁ ରୋସନ ତଥା ଗୌରବ ଆଣିବାକୁ କହି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , କାଶୀନଗର ଏନଏସି: ଅଧ୍ୟକ୍ଷା ଶ୍ରୀମତୀ ଏମ: ସୁଧାରାଣୀ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦେବ କାନ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.