‘ସାହିତ୍ୟ ସଂପର୍କ ଯୋଡ଼େ ଓ ଲୋଡ଼ିବାପଣରେ ବିଶ୍ୱାସ କରେ’

ଅନୁଷ୍ଠିତ ହେଲା ଗୋକର୍ଣ୍ଣିକା ସାହିତ୍ୟ ସମାଜ ଓ ଗାଁ ମଜଲିସ୍ ସାହିତ୍ୟ ସଂସଦର ମିଳିତ ସାହିତ୍ୟ ସମାରୋହ : କବି ସମରେନ୍ଦ୍ର ନାଥ ମହାପାତ୍ର ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାହିତ୍ୟିକର ଅନୁଶୀଳନର ବ୍ୟାପକତା ଓ ଅନୁଭବର ଗଭୀରତା ଛଳନାହୀନ ଭାବରେ ପ୍ରକାଶିତ ହେଲେ ସାହିତ୍ୟ ପାଠକୀୟ ଆଦୃତି ଲାଭ କରେ ବୋଲି ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ ସୋର ଗାଁ ମଜଲିସ୍ ସାହିତ୍ୟ ସଂସଦ ସଭା ମଞ୍ଚରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଭାପତି ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ରମାକାନ୍ତ ବେହେରା ଯୋଗ ଦେଇ ଚେତନାଶୀଳ ଜାତିକୁ ସାହିତ୍ୟ ଜାଗ୍ରତ କରେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଡା. ରୁଦ୍ରନାରାୟଣ ପୃଷ୍ଟି ଯୋଗ ଦେଇ ସାହିତ୍ୟକୁ ଗୋଟିଏ ଜାତିର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଦସ୍ତାବିଜ୍ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜୟ କୁମାର ମହାପାତ୍ର ଏବଂ ଡ. ରବୀନ୍ଦ୍ର ବିହାରୀ ଯୋଗ ଦେଇ କହିଲେ ଯେ ନୂତନ ଲେଖକମାନଙ୍କ ପାଇଁ ପ୍ରବୀଣ ଲେଖକ ଆଦର୍ଶ ହୋଇ ରହିବା ଉଚିତ। ସାହିତ୍ୟିକ ସାମାଜିକ ପ୍ରତିବଦ୍ଧତା ପ୍ରତି ସଚେତନ ନରହିଲେ ସାହିତ୍ୟର ସ୍ୱରୂପ ପରିପ୍ରକାଶ ହୋଇପାରେ ନାହିଁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ କବି ସମରେନ୍ଦ୍ରନାଥ ମହାପାତ୍ର, ଅଞ୍ଜଳୀ କୁମାରୀ କର, ମାୟାଧର ନାୟକ, ଦେବେନ୍ଦ୍ର କୁମାର ପ୍ରଧାନ, ଡ.ଅଜୟ ପଣ୍ଡା, ଦାମୋଦର ଦାଶ ମହାପାତ୍ର, ସୁରଞ୍ଜନ ପାତ୍ର, ରବୀନ୍ଦ୍ର କୁମାର ଦାସ, ମହେଶ୍ୱର ପଣ୍ଡା, ମନୀନ୍ଦ୍ର ଦୀକ୍ଷିତ, ଚେମେଇ ଦାସ ଓ ରଶ୍ମିରାଣୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଂପାଦକ ମହେଶ୍ୱର ପାଢ଼ୀ କବିବର ରାଧାନାଥଙ୍କ ମାମୁଘର ଯାଜପୁର ହୋଇଥିବାରୁ ସୋର ଯାଜପୁର ସଂପର୍କ ରହିଛି ବୋଲି କହିଥିଲେ। ମୁକ୍ତାକାନ୍ତ ମିଶ୍ର ମଙ୍ଗଳାଚରଣ ପଢ଼ିଥିବା ବେଳେ ଚନ୍ଦ୍ରମୋହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ୱିତୀୟ ଅଧିବେଶନ କବିତାପାଠରେ ବିଜୟ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଡ. ଭରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଯୋଜନା କରିଥିଲେ କବି ସୁରଂଜନ ପାତ୍ର ଏବଂ ସସ୍ମିତା ରାଉତ। ଏହି ଅବସରରେ ବହୁ କବି ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.