ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଝରିଆଗୁଡା ଗ୍ରାମର ପ୍ରେମଳତା ପଟ୍ଟନାୟକ ୭୩ ବର୍ଷ ବୟସରେ ଗୁରୁବାର ସକାଳ ୬ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପ୍ରାଣା ମିଷ୍ଟ ଭାଷୀ ସମାଜସେବୀ ମହିଳା ଥିଲେ। ତାଙ୍କ ମୃତ୍ୟରେ ଶୋକାକୁଳ ପରିବେଶ ସହ ଝରିଆଗୁଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ପଙ୍କଜ ପଟ୍ଟନାୟକ, ସହିତ ତାଙ୍କ ୨ ପୁଅ ବହୁ ସହିତ ଝିଅ, ଜ୍ୱାଇଁ ମାନେ ଉପସ୍ଥିତ ଥିଲେ। ତାଙ୍କ ନିଜସ୍ୱ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବଡ଼ ପୁଅ ସୋମ୍ୟ ରଞ୍ଜନ ପଟ୍ଟନାୟକ ଓ ସାନ ପୁଅ ସ୍ମୁତି ରଞ୍ଜନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.