ବନ୍ଧାହେବେ ବାବୁ; ଚର୍ଚ୍ଚାରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ରାସନ୍ ଚାଉଳ ଦେବାର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇ ଯୋଗାଣ ସହାୟକ ଫେରାର। ଏହି ଘଟଣା ପ୍ରାୟ ଦେଢବର୍ଷ ତଳେ ଘଟିଥିବା ବେଳେ, ବିଧବା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ରଖି ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ। ମହିଳା ଜଣକ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେବାରୁ ତାଙ୍କ ଆପତ୍ତି ଜନକ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ଯୋଗାଣ ସହାୟକ।ଭିଡିଓଟି ଭାଇରାଲ ହୋଇଥିବା ଜାଣି ମହିଳା ଜଣକ ଥାନରେ ଏତଲା ଦେଇଥିଲେ। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ପରେ। ମହିଳା ଜଣକ ଉତ୍ତ୍ୟକ୍ତ ହୋଇ ପଞ୍ଚାୟତ ଅଫିସକୁ ଯାଇଥିଲେ। ସେଠାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପୀଡ଼ିତା ଜଣକ ଗିରିଶ ଚନ୍ଦ୍ରଙ୍କୁ ଚପଲରେ ପିଟିଥିଲେ। ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୁଲିସ୍ ଏହାକୁ ଗୁରୁତର ସହ ନେଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗିରିଶ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ଉଭୟଙ୍କୁ ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏନେଇ ଆଗଲପୁର ପୋଲିସ ପୀଡ଼ିତାଙ୍କୁ ବଲାଙ୍ଗିର କୋର୍ଟରେ ହାଜର କରିଛି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତା ମହିଳାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ପ୍ରଦୀପ କୁମାର ସାହୁ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ନିମନ୍ତେ ମୁଖ୍ୟ ଯୋଗାଣ ଅଧିକାରୀ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୁଦୁଲା ଯୋଗାଣ ସହାୟକ ଓ ସହଯୋଗୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.