ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ kaleidoscope ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ଏବଂ କବି ଡ଼ା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ Kaleidoscope ବଡ ବଜାର ସ୍ଥିତ ଗୌରିଶଙ୍କର ସାହାଣୀ ପାର୍କ ଠାରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ରିଜିଓନାଲ ଆର୍ଟ ଗ୍ୟାଲେରୀ ଠାରେ ଶନିବାର ଅପରାହ୍ନରେ ଉଦଘାଟିତ ହୋଯାଇଛି। ପ୍ରଦର୍ଶନୀରେ ପ୍ରଫେସର ଡକ୍ଟର ଜୟନ୍ତ କୁମାର ପଣ୍ଡା, ବିଶିଷ୍ଟ ଚିତ୍ରଶିଳ୍ପୀ ଭୋଲା ନାଥ ନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ଦ୍ବାରିକାନାଥ ନାୟକ ଏଵଂ ବିଶିଷ୍ଟ କବି ତଥା ଡକ୍ଟର ପ୍ରଦୀପ କୁମାର୍ ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ। ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଦର୍ଶକ ମାନଙ୍କ ପାଇଁ ଖୋଲା ରହିବ। ଏହି ପ୍ରଦର୍ଶନୀରେ ଡ଼ା ସାହୁଙ୍କ ୪୦୦ ରୁ ଊର୍ଦ୍ଧ୍ଵ ଚିତ୍ରକଳା ସ୍ଥାନ ପାଇଛି। କାର୍ଯକ୍ରମକୁ ଗ୍ୟାଲେରୀର ବିଦ୍ୟାପତି ପ୍ରଧାନ ପରିଚାଳନାରେ ଥିବାବେଳେ ସାଂସ୍କୃତିକା ପୁରୋହିତ ସଂଯୋଜନା କରିଥିଲେ। ଏଠାରେ ସୂଚନଯୋଗ୍ୟ ଯେ, ରବିବାର ଅପରାହ୍ନ ୫ ଘଟିକାରେ କବି ଡ଼ା ସାହୁଙ୍କ ଅଷ୍ଟମ କବିତା ସଂକଳନ ‘ଜୀବନଭୋଗ’ର ଶୁଭ ଉନ୍ମୋଚନ ହେବା ସହ କବିତା ପାଠୋତ୍ସବ ଏବଂ ଆଲୋଚନା ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.