ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ଅଭ୍ୟର୍ଥନା କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା| ବଲାଙ୍ଗିର (ଗୋକୁଳାନନ୍ଦ  ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଯାଦବ ଭବନରେ ଜିଲା ଯାଦବ ଉପଦେଷ୍ଟା ମଣ୍ଡଳୀଙ୍କ ଆହ୍ବାନକ୍ରମେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମହାସଭାରେ ୧୪ଟି ବ୍ଲକ, ପୌରାଞ୍ଚଳ ଓ ଏନ୍‌ଏସିର ସଭାପତି, ସମ୍ପାଦକ, ଉପସଭାପତି, କାର୍ଯ୍ୟକର୍ତ୍ତା ତଥା ଯାଦବ ନେତୃବୃନ୍ଦମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବ ଗଠିତ ଜିଲା ଯାଦବ ମହାସଭାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା । ପୂର୍ବ ଜିଲା କମିଟି ଭାଙ୍ଗି ନୂତନ କମିଟି ଗଠନ କରିବାକୁ ସର୍ବ ସମ୍ମତିକ୍ରମେ ପ୍ରକାଶ ପାଇଥିଲା । ଫଳରେ ପୂର୍ବ ଯାଦବ କମିଟିକୁ ରଦ୍ଦ କରାଗଲା ବୋଲି ଘୋଷଣା କରାଯାଇଥିଲା । ଯାଦବ ମହାସଭା ଆଇନ ଅନୁସାରେ ପୂର୍ବ କମିଟିକୁ ୬ ବର୍ଷ ପୁରିଥିବାରୁ ଭାଙ୍ଗି ଦିଆ ଯାଇଥିବା ଜଣାପଡ଼ିଛି । ନୂତନ ଜିଲା କମିଟି ଗଠନ ପାଇଁ ଅଭ୍ୟର୍ଥନା ମଣ୍ଡଳୀ ଗଠନ କରାଯାଇଥିଲା । ଦିଲୀପ ଖରସେଲ, ସତ୍ୟ ବନଛୋର, ବାଳକୃଷ୍ଣ ଷାଣ୍ଢ, ଆଶୁତୋଷ ବାଗ, ସଂକୀର୍ତ୍ତନ୍ୟ ବାଗ, ଅଷ୍ଟମୀ ବଗର୍ତ୍ତି, ବୀରେନ୍ଦ୍ର ବନଛୋର, ଦୂତିବାହନ ଚନ୍ଦନ, କବିରାଜ ଭୋଇ ମନୋନୀତ ହୋଇଛନ୍ତି । ଜିଲାର ବିଭିନ୍ନ ବ୍ଲକରେ ଗୋଲାପ ବାଗ, କବିନ୍ଦ୍ର ବନଛୋର, ଲୋକେଶ୍ଵର ଖରସେଲ, ଅନିରୁଦ୍ଧ ବଗର୍ତ୍ତି, ଖରତମଲ ରାଉତ,  ମୋହନ ଖରସେଲ, ବି ବିବେକାନନ୍ଦ ଖରସେଲ, ଦଶରଥ ପୋଢ଼, ଜଗନ୍ନାଥ ଚନ୍ଦନ, ହେମନ୍ତ ନିଆଲ, ସମ୍ପଦ ପୋଢ, ପୂର୍ଣ୍ଣଚନ୍ଦ୍ର ନିଆଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.