ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀଗୁଡା ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ଚଳିତ ୨୦୨୪-୨୫ ରବିଋତୁ ପାଇଁ ଜଳସେଚନ ବନ୍ଦ୍ ରହିବା ନେଇ ମେଘାଳିପ୍ଟ ବିଭାଗ ପକ୍ଷରୁ ସୁଚନା ମିଳିଛି। ଉଠା ଜଳସେଚନ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନଙ୍କ ସୁଚନା ଅନୁଯାୟୀ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ଚଳିତ ବର୍ଷ ବିଗତ ଵର୍ଷ ଠାରୁ କମ ରହିଛି । ତେଣୁ ରବିଚାଷ ପାଇଁ ସମସ୍ୟା ସୃଷ୍ଟି ହେବ । ଅନ୍ୟପକ୍ଷରେ ମେଘାଲିପ୍ଟ ଜରିଆରେ ଖରିବ ଋତୁରେ ଧାନଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଳକର ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ରେ ଜଳସେଚିତ ହେଉଥିବା ବେଳେ ରବିଋତୁ ରେ ଧାନଚାଷ ପାଇଁ ଜୟପାଟଣା ବ୍ଲକ ରେ ୭୬୬୮.୨ ହେକ୍ଟର, କୋକସରା ବ୍ଲକରେ ୮୯୭୭.୬୮ ହେକ୍ଟର ଜମି ଜଳସେଚିତ ହୋଇଥାଏ। ତେବେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ସମ୍ଭବ ନୁହେଁ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ସୁଚନା ଦେଇଛନ୍ତି। ଏ ନେଇ ବିଭଗ ପକ୍ଷରୁ ଡାକବାଦି ଯନ୍ତ୍ର ମାଧ୍ୟମରେ ଚାଷୀମାନଙ୍କୁ ଅବଗତ କରାଯାଉଥିବା ଜଣାପଡିଛି। ତେବେ ଏହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।