କୁସୁର୍ଲା ହର ଗୌରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ଆଜି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପରିସରରେ ସଫେଇ କାମ ସାରି ପରେ ହରଗୌରୀ ଯୁବକ ସଂଘ ପ୍ରାଙ୍ଗଣ ଠାରେ ନେହରୁଙ୍କ ପ୍ରତିଛବି ଉପରେ ପୁଷ୍ପ ମାଳା ଦେଇ ପୂଜା ଅର୍ଚ୍ଚନା କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ଷୀରସାଗର ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ଣ୍ଣଚନ୍ଦ୍ର ସାହୁ, ପାଲେଶ୍ୱର ବାରିକ, ଯୁଗଳ ନାଗ, ହୃଦାନନ୍ଦ ସାହୁ,ପ୍ରକୃତି ବନ୍ଧୁ, ଯୁବ ନେତୃତ୍ବ ସନତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ।ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥଲା। ସଂଘର ସମ୍ପାଦକ ତୀର୍ଥରାଜ ବନଛୋର, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, ଅମର ଭୋଇ,ସରୋଜ ସୁନା, ନରେନ୍ଦ୍ର ମାଝୀ, ନୀଳକଣ୍ଠ ସାହୁ,ଦେବାଶିଷ ସାହୁ, କେଶବ ନନ୍ଦ,ପରମାନନ୍ଦ ସାହୁ, ରିଙ୍କୁ ନନ୍ଦ, ତନ୍ମୟ ବକୁଳ, ଉମାକାନ୍ତ ସାହୁ , ପ୍ରଦ୍ୟୁମ୍ନ ଜାନୀ, ଭେଙ୍କଟ ପ୍ରସାଦ ଜାନୀ, କ୍ରିସ ବଡ଼ମାଳୀ,ଶକ୍ତି ପ୍ରସାଦ ବଡ଼ମାଳୀ, ସତ୍ୟ ସାହୁ, ଲିଙ୍ଗରାଜ ଜାନୀ, ଭୀଷ୍ମ ଜାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଭାପତି ଶ୍ରୀ ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ!

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.