ଫପସି ମହୋତ୍ସବ ଉଦଘାଟିତ: କଳାହାଣ୍ଡିର ଘୁମୁରାରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଫପସି ଠାରେ ଫପସି ମହୋତ୍ସବ ଉଦଘାଟିତ ହୋଇଯାଇଛି। କମିଟି ସଭାପତି ମାଘା ମୁନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ମୁଖ୍ୟ ଅତିଥି। ସ୍ଥାନୀୟ ସରପଞ୍ଚ ମନିଶ ସୁନା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପ୍ରମୋଦ ଭୋଇ, ସମିତି ଅମ୍ରିତା ଦୀପ, ହରେକୃଷ୍ଣ ବଗର୍ତ୍ତି, ସାମ୍ୱାଦିକ ସଂଘ ସଭାପତି ତରୁଣ ବେହେରା,ଅମିତ ଦୀପ ଓ ଅନାଦି ମୁନା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମହୋତ୍ସବ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ  ୨୧ ତାରିଖ ପର୍ଯ୍ୟନ୍ତ ଚାଲି। ମହୋତ୍ସବ ରେ ଭବାନୀପାଟଣାର ଗୁରୁକୃପା ସାଂସ୍କୃତିକ ଅନୁଷ୍ଠାନ, ଲୋଇସିଂହାର ସଙ୍ଗୀତା ସାଧନ, ବଲାଙ୍ଗୀରର ଢୋଲ ମୁହୁରି କଳା ପରିଷଦ, ବଡ଼ମାଳର ସେନ୍ସିଙ୍ଗ ଷ୍ଟାର ଏକାଡେମୀ, ତୁଷୁରାର ଗୋଙ୍ଗୋତ୍ରି କଳା ପରିଷଦ, ଟିଟିଲାଗଡର ଯୁରାବନି ସାଂସ୍କୃତିକ ଅନୁଷ୍ଠାନ ଓ ହାତୀସରା ର ବେନାର ମୁହୁରିଆ କଳା ପରିଷଦ ତାଙ୍କ କଳା ପ୍ରଦର୍ଶନୀ କରିବେ ବୋଳି କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହା ସହ ଉତ୍ସବରେ ମିନା ବଜାର ଲାଗିଥିବା ରୁ ଆଖ ପାଖ ଅଞ୍ଚଳରୁ ଲୋକେ ଉତ୍ସବ କୁ ଉପୋଭାଗ କରିବା ପାଇଁ ଆସୁଛନ୍ତି। ଉଦଘାଟନୀ ସନ୍ଧ୍ୟାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିବାବେଳେ କଳାହାଣ୍ଡିର ଘୁମୁରା ନୃତ୍ୟରେ ଝୁମିଥିଲେ ଦର୍ଶକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.