ସର୍ଗିଗୁଡାରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ପଲ୍ଲୀସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ସ୍ଵାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତି ଗ୍ରାମ ପଞ୍ଚାୟତରେ ପଲ୍ଲୀସଭା କରାଯାଇ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସବୁ ପ୍ରଣୟନ କରଯାଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ୧୨ ଗୋଟି ଗ୍ରାମ ପଂଚାୟତର ୧୮ ଗୋଟି ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ଗ୍ରାମ ପଞ୍ଚାୟତ ତରଫରୁ ପଲ୍ଲୀସଭା ମାନ ଅନୁଷ୍ଠିତ ହୋଇଯାଉଛି। ଏହିକ୍ରମରେ ସର୍ଗୀଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଆଦିବାସୀ ବହୁଳ ଗ୍ରାମ ଉଲିସିର୍କାରେ ଅନୁଷ୍ଠିତ ହୋଇଥିଲା ପଲ୍ଲୀସଭା। ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଏହି ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଏହାପରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ନୋଡାଲ ଅଫିସର ଭାବରେ କନିଷ୍ଠ ଯନ୍ତ୍ରୀ ରଞ୍ଜିତା ନାୟକ ଯୋଗଦାନ କରିଥିଲେ।ୱାର୍ଡ ସଭ୍ୟା ସଞ୍ଜୁ ମାଝୀ, ଗ୍ରାମର ବରିଷ୍ଠ ନାଗରିକ ତଥା ଆଦିବାସୀ ନେତା ବୈକୁଣ୍ଠ ମାଝୀ ପୁର୍ବତନ ସରପଞ୍ଚ ନମୀତା ମାଝୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଆଦିବାସୀ ମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ସମସ୍ତ ଯୋଜନା ଗୁଡ଼ିକ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବା ସହ ଏହା ଉପରେ ଆଲୋଚନା କରାଯାଇଥିଲା। ନିଶା ନିବାରଣ ପାଇଁ ସମସ୍ତେ ସଚେତନ ହେବେ ଲୋକଙ୍କୁ ସଚେତନ କରିବେ ବୋଲି ଶପଥ ପାଠ କରିଥିଲେ। “ଏକ ପେଡ ମା କେ ନାମ” ଉପରେ ସମସ୍ତଙ୍କୁ ଅବଗତ କରାଯାଇ ବୃକ୍ଷ ରୋପଣ କରଯାଇଥିଲା। ସର୍ଗୀଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜଗଜ୍ଜୀବନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଯୋଗାଣ ସହାୟକ ଟଙ୍କଧର ସା, ଜିଆରଏସ, କର୍ମଚାରୀ ଶଙ୍କର ଗୌଡ, ଯଦୁ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ବ ଲୋକ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ଶେଷରେ ପିଇଓ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମର ଅନ୍ୟତମ ଆଦିବାସୀ ବହୁଳ ଗ୍ରାମ କମେଗାଁ ରେ ମଧ୍ୟ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳନ ଓ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ଭାନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.