ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷ ପାହାନ୍ତିଆ ରାତିରୁ ସମଗ୍ର ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠରେ ତଥା ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ତଥା ଗଜପତି ଜିଲ୍ଲାରେ ପ୍ରବାହିତ ହେଉଥିବା ପୁରାଣ ପ୍ରସିଦ୍ଧ ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ବୋଇତ ଭସାଇଛନ୍ତି ।
ମହିଳା ମାନଙ୍କ ହୁଳହୁଳୀରେ ସମଗ୍ର ନଦୀ ଅଞ୍ଚଳ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମଧ୍ୟ ରାତ୍ରିରୁ ବୋଇତ ବନ୍ଦାଣ ଅଭିମୁଖେ ବାହାରି ନଦୀରେ ସ୍ନାନ ବୁଡ଼ ପକାଇ ତୁଳସୀ ଚଉରା ମୂଳେ ପାରମ୍ପରିକ ପୂଜାର୍ଚ୍ଚନା କରି ବୋଇତ ସଜବାଜ କରି ନୂଆ ଲୁଗା ପରିଧାନ କରି ବୋଇତ ଭସାଇ ଥିଲେ । ଅଧିକାଂଶ ରେ ଶ୍ରଦ୍ଧାଳୁ ମାନେ କଦଳୀ ପାଟୁଆ ରେ ବୋଇତ ପ୍ରସ୍ତୁତ କରି ବସାଇଥିଲେ ।ମହେନ୍ଦ୍ର ତାନୟା ନଦୀ ସମେତ ପାରଳାଖେମୁଣ୍ଡି ସହରର ସଦାରାମ ପୋଖରୀ ସମେତ ରାମ ସାଗରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ବସାଇଥିଲେ ।ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଥିଲା ।

Omkar Vasthu
Omkar Vasthu

ବୋଇତ ଭସାଇବା ପରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଆଳତି ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏଥିସହ ଅନ୍ୟାନ୍ୟ ଦେବାଳୟ ରେ ଆଳତି ଦର୍ଶନ , ବୃକ୍ଷପୁଜା ଏବଂ ପରେ ସହରରେ ଏକମାତ୍ର ମେଢ଼ ମାସବ୍ୟାପି ପୂଜା ପାଉଥିବା ଭଗବାନ କାର୍ତ୍ତିକଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ମାନେ । ଜରୁରୀ ସେବା ପାଇଁ ନଦୀ , ସାଗର ଓ ପୋଖରୀ ମାନଙ୍କ ଠାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସରଞ୍ଜାମ ସହ ସଜାଗ ପହରା ଦେଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପୋଲିସ ମୃତାୟନ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.