ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ଇଣ୍ଟର୍ କଲେଜ ବ୍ଯାଡମିନ୍ଟନ ଟୁର୍ନାମେଣ୍ଟ ଅୟୋଜିତ ହୋଇଥିଲା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ଅୟୋଜିତ ଇଣ୍ଟର୍ କଲେଜ ବ୍ଯାଡମିନ୍ଟନ ଟୁର୍ନାମେଣ୍ଟ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଆୟୋଜନ ଜୁନାଗଡ ଇଣ୍ଡୋର ଷ୍ଟାଡିୟମ ଠାରେ ଅୟୋଜିତ ହୋଇଥିଲା । ଉକ୍ତ ଟୁର୍ନାମେଣ୍ଟ ରେ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ମୋଟ ୨୩ ଟି କଲେଜ ମହିଳା ଓ ପୁରୁଷ ବିଭାଗରେ ଭାଗ ନେଇଥିଲେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେଜର ଜୟଦେବ ସାହୁ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ସ୍ପୋର୍ଟ ଡିରେକ୍ଟର ଡ. ଘନଶ୍ୟାମ ବେହେରା, ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର ସଭାପତିତ୍ବ କରିଥିଲେ, ଜୁନାଗଡ ବ୍ଯାଡମିନ୍ଟନ ଏସୋସିଏସନ କାର୍ଯ୍ୟକାରିଣୀ ସଭାପତି ସରୋଜ କୁମାର ପଣ୍ଡା, ପ୍ରଫେସର ହଲଧର ସାହୁ,ପ୍ରାଧ୍ୟାପକ ଆୟୋଜକ ସମ୍ପାଦକ କୈଳାସ ଚନ୍ଦ୍ର ମେହେର, ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ, ଖେଳକୁ ପରିଚାଳନା କରିଥିଲେ ରାକେଶ ବେମାଲ,ସୁମନ ପାଣିଗ୍ରାହୀ, ରୋଜାଲିନ ନାୟକ, ଜଳି ପରାଭୋଇ, ଶିବାନୀ ଭାଟି ଓ ସମୀର କୁମାର ସାହୁ, ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ ସମ୍ପାଦକ ସନ୍ଦୀପ କୁମାର ମିଶ୍ର,ଯୁଗ୍ମ ସମ୍ପାଦକ ଦୀପକ ସାଗର, ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ଏସୋସିଏସନ ର ଅମ୍ପାୟାର ମାନଙ୍କର ଡେପୁଟି ଚେୟାରମ୍ଯାନ ମନୋରଞ୍ଜନ ଦାସ, ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର,ହଳଧର ସାହୁ,କୈଳାସ ଚନ୍ଦ୍ର ମେହେର, ମଂଚ ପରିଚାଳନା କରିଥିଲେ ପ୍ରିୟବ୍ରତ ବଣୁଆ, ଶେଷରେ କୃତି ଖେଳାଳି ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ଟିମ୍ ଇଭେଣ୍ଟ ରେ ପୁରୁଷ ବିଭାଗରେ ଖରିଆର ଅଟୋନୋମସ କଲେଜ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ, ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ, ଜୁନାଗଡ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ l ବ୍ୟକ୍ତିଗତ ପ୍ରତିଯୋଗୀତା ର ପୁରୁଷ ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ସୁବ୍ରତ ପଟ୍ଟନାୟକ ଚାମ୍ପିଅନ୍ ହୋଇଥିବାବେଳେ ଖରିଆର ଅଟୋନୋମସ କଲେଜ ର କିରଣ ଧାରୁଆ ଉପବିଜେତା ହୋଇଥିଲେ, ଠିକ୍ ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ରୋଜାଲିନ ନାୟକ ଚାମ୍ପିଅନ୍ ହୋଇଥିବାବେଳେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ଦମନ୍ତି ବାଗ୍ ଉପବିଜେତା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.