ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ଜାତୀୟ ପ୍ରେସ ଦିବସ ୨୦୨୪” କାର୍ଯ୍ୟକ୍ରମ ଅବସରରେ “ଗଣମାଧ୍ୟମର ପରିବର୍ତ୍ତନ ଶୀଳ ସ୍ୱରୂପ” ସମ୍ପର୍କିତ ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ଵିଜେନ୍ଦ୍ର ନାଥ ପାଢୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ ହେଉଛି , ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସମାଜ ନିର୍ମାଟାରେ ତାର ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Omkar Vasthu
Omkar Vasthu

ସାଂପ୍ରତିକ ସ୍ଥିତିରେ ଆଗକୁ ପରିବର୍ତ୍ତନ ଶୀଳତାରେ ଗଣମାଧ୍ୟମ ପ୍ରତି ଯେଉଁ ଆହ୍ବାନ ରହିଛି , ସେଥିପ୍ରତି ସବୁବେଳେ ଦୃଷ୍ଟି ଦେବା ସହ ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ବାଦ ସଂଗ୍ରହ ଓ ଲେଖନୀ ଚାଳନା ପରିବେଷଣ ବେଳେ ସେମାନଙ୍କ ନିଜର ମୌଳିକତା ଓ ବାସ୍ତବତା ରକ୍ଷା କରିବାକୁ ହେବ , ଯାହା ଫଳରେ ଏହାଦ୍ଵାରା ସଠିକ୍ ସମ୍ବାଦ ପରିବେଷଣ ହୋଇପାରିବ , ଲୋକମାନେ ମଧ୍ୟ ସେହିଭଳି ସମ୍ବାଦକୁ ସହଜେ ଗ୍ରହଣ କରିବେ , ଏବଂ ଏ ଦିଗରେ ସାମ୍ବାଦିକ ମାନଙ୍କ ଭୂମିକା ପୂର୍ବଭଳି ବଜାୟ ରହିବ । ସମୟାନୁ କ୍ରମେ ପ୍ଲାଟଫର୍ମ ର ପରିବର୍ତ୍ତନ ହୋଇପାରେ , କିନ୍ତୁ ଠିକ୍ ଓ ନିରପେକ୍ଷତା ମାନର ସମ୍ବାଦ ପରିବେଷଣ ପୂର୍ବଭଳି ବଜାୟ ରହିବ ବୋଲି କହିଥିଲେ ଜିଲ୍ଲାପାଳ ଶ୍ରୀ ଦାସ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କାନ୍ତ ମହାନ୍ତି ,ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଏବଂ ଶ୍ରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ରହିଥିବା ବିଷୟବସ୍ତୁ “ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ” ଉପରେ ସେମାନଙ୍କ ମତ ପ୍ରଦାନ୍ କରିଥିଲେ । ସେହିଭଳି ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ସାମ୍ବାଦିକ ଶ୍ରୀ ଭାଗବତ ପାଢୀଙ୍କ ସମେତ ସାମ୍ବାଦିକ ଶ୍ରୀ ରୁପେଶ ସାହୁ , ଶ୍ରୀ ଶେଖର ବାବୁ , ଶ୍ରୀ ହେମନ୍ତ ପ୍ରଧାନ ଏବଂ ଶ୍ରୀ ଶ୍ରୀକାନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୂମାୟୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୂମାୟୀ ପରିଚାଳନା କରିଥିବା ବେଳେ ସଂପୃକ୍ତ ବିଭାଗର ବରିଷ୍ଠ କର୍ମଚାରୀ ଶ୍ରୀ ନରସିଂହ ବାଜୁବନ୍ଧ ଏବଂ ଶ୍ରୀ ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.