ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ବିଶ୍ବ ଐତିହ୍ୟ ସପ୍ତାହ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଝାରସୁଗୁଡ଼ା: ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ “ବିଶ୍ବ ଐତିହ୍ୟ ସପ୍ତାହ”ର ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସ୍ନେହଲତା ମିଶ୍ରଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ଉଦଘାଟନ କରଯାଇଥିଲା l  ଉକ୍ତ କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀ ବିଜ୍ଞାନ ଭୂଷଣ ଭଞ୍ଜ, ଅର୍ଥନୀତି ବିଭାରର ବିଭାଗୀୟ ମୁଖ୍ୟ ଶ୍ରୀ ତପନ କୁମାର ବାରିକ, ରସାୟନ ବିଜ୍ଞାନ ବିଭାଗର ଶ୍ରୀମତୀ ସୌଦାମିନୀ ପାଣ୍ଡେ, ଡ଼. ଗିତାରାଣି ଦୀକ୍ଷିତ, ଇଂରାଜୀ ବିଭାଗର ଡ଼. ସ୍ଵର୍ଣ୍ଣମୟୀ ପୁରୋହିତ, ଶ୍ରୀମତୀ ସୁକୃତି ତନୟା ଗିରି, ଶ୍ରୀ ଧିରଜ୍ ବେକ୍ ତଥା ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀ. ରକି ବିଶ୍ବାଳ ପ୍ରବୃତ୍ତି ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ସମଗ୍ର ଦେଶର ବିଭିନ୍ନ ଐତିହାସିକ ସ୍ଥାନର ମହତ୍ତ୍ୱ ଓ ସରଂକ୍ଷଣ ବିଷୟରେ ଆଲୋଚନା ହୋଇଥିଲା ଏବଂ କିପରି ଭାବରେ ଆଞ୍ଚଳିକ ଐତିହ୍ୟ ତଥା କୀର୍ତ୍ତିରାଜିକୁ ସଂରକ୍ଷିତ କରାଯାଇ ପାରିବ, ସେ ବିଷୟରେ ଆଲୋଚନା କରଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ବିଭିନ୍ନ ଐତିହାସିକ ସ୍ଥନ ମାନଙ୍କୁ ନେଇ ଏକ ଫୋଟୋ ପ୍ରଦର୍ଶନୀର ମଧ୍ଯ ଆୟୋଜନ କରାଯାଇଛି, ଯାହାକି ଆଗାମୀ ୨୫. ୧୧. ୨୦୨୪, ସୋମବାର ପର୍ଯ୍ୟନ୍ତ ଚାଳିବ l ଉକ୍ତ କାର୍ଯ୍ୟକ୍ରମକୁ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ହିମାଂଶୁ ଶେଖର ମାହାକୁର ସଂଯୋଜନା କରିବା ସହିତ ଶେଷ ବାର୍ତ୍ତା ଓ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.