ମୋହନଗିରିରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ବ୍ଲକର ମୋହନଗିରି ଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଛି। ବୁଧବାର ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଉପସ୍ଥିତରେ ଶତାଧିକ ମହିଳା ଓ ପୁରୁଷ ବିଧିବଦ୍ଧ ଭାବରେ ବିଜେଡ଼ିର ସଦସ୍ୟତା ଗ୍ରହଣ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକାଙ୍କ ସମେତ ମଦନପୁର ରାମପୁର ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟା ମଞ୍ଜୁଳତା ଧରୁଆ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ବରିଷ୍ଠ ବିଜେଡ଼ି ନେତା ବିକାଶ ରଞ୍ଜନ ସିଂଦେଓ ପ୍ରମୁଖ ମଞ୍ଚାସୀନ ଥିଲେ। ନବୀନ ପଧାନଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଜୁ ଜନତା ଦଳର କର୍ମୀମାନେ ସହଯୋଗ କରିଥିଲେ। ଏଥିରେ ମଦନପୁର ରାମପୁର ଜୋନ୍-୨ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ଜନସାଧାରଣ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ବଳିଷ୍ଠ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ମ.ରାମପୁର ଅଞ୍ଚଳରେ ହଜାର ହଜାର ଜନସାଧାରଣ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.