ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨୧ ନଭେମ୍ବରରୁ ୪ ଡିସେମ୍ବର ପର୍ଯ୍ୟନ୍ତ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଗାରାବନ୍ଧ ସ୍ଥିତ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୁଷ୍ଠ ରୋଗ ନିବାରଣ ଅଧିକାରୀ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଗାରାବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ମହାଦେବ ମାଝୀ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ବାହାରିଥିବା ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ମିଳିତ ଭାବେ ଶୁଭାରମ୍ଭ କରିଥିଲେ ।
ଏହି ପକ୍ଷ ପାଳନ ଅବସରରେ ୨୧ ନଭେମ୍ବର ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ସଚେତନତା ସପ୍ତାହ ଏବଂ ୨୮ ନଭେମ୍ବର ରୁ ୪ ଡିସେମ୍ବର ପର୍ଯ୍ୟନ୍ତ ସେବା ପ୍ରଦାନ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଛି । ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀଙ୍କ ଦ୍ଵାରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରାଯାଇ ପରିବାର ନିୟୋଜନର ନୂଆ ଏବଂ ସହଜ ଉପାୟ ଗୁଡ଼ିକ ରହିଥିବା ଇଞ୍ଜେକସନ, ଜରୁରୀକାଳୀନ ଗର୍ଭ ନିରୋଧ ବଟିକା, କପର ଓ କଣ୍ଡୋମ୍ ପ୍ରଭୃତି ଉପରେ ଜନ ସଚେତନ କରା ଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ଉପରେ ଅଧିକ ସୂଚନା ଦେଇ କୁହାଯାଇଛି ଯେ , ପୁରୁଷ ମାନଙ୍କ ପାଇଁ ଏନଏସଭି: ଏକ ସହଜ , ସଫଳ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ । ଯାହାକି , ଏଥିପାଇଁ ବେଶୀ କଟାକଟି କି ସିଲେଇର ଆବଶ୍ୟକତା ନାହିଁ କି ଏହାର କୌଣସି ଜଟିଳ ପାର୍ଶ୍ଵ ପ୍ରତିକ୍ରିୟା ନାହିଁ କି ଏହାଦ୍ବାରା ପୁରୁଷତ୍ଵ ଯୌନ ସୁଖ ହ୍ରାସ ହୋଇ ନ ଥାଏ । ଏଥିରେ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବା ବ୍ୟବସ୍ଥା ରହିଥିବା ସୂଚନା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାରାବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାତ୍ର , ଫାର୍ମାସିଷ୍ଟ ଶ୍ରୀ କେ ସି: ପାଣିଗ୍ରାହୀ, ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ: ଶ୍ରୀ ଏମ: ଖଗେଶ୍ୱରଙ୍କ ସମେତ ଗାରାବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.