ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଥାନାରେ ପୂର୍ବରୁ ଥିବା ଆଇ ଆଇ ସି ଥିବା ବିପିନ ବିହାରୀ ହୋତାଙ୍କ ଭୁବନେଶ୍ୱର କମିଶନରରେଟକୁ ବଦଳି ହୋଇ ଯାଇଥିବା ବେଳେ ତାଙ୍କରି ସ୍ଥାନ ନୂତନ ଆଇଆଇସି ଭାବେ ରାଜେଶ କୁମାର ନାୟକ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗାଙ୍ଗପୁର ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଛୁଟିରେ ଯାଉଥିବା ସେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଛନ୍ତି । ନୂଆଁ ଆଇଆଇସି ଥାନାରେ ଯୋଗଦେବା ପରେ ପୁରୁଷୋତ୍ତମପୁର ଅଞ୍ଚଳର ଲୋକ ମାନଙ୍କ ଯେପରି କୌଣସି କ୍ଷେତ୍ରରେ ଟିକେ ବିଅସୁବିଧା ନ ହେବ ଏବଂ ସେମାନେ ଯେପରି ସବୁ ସମୟରେ ନ୍ୟାୟ ପାଇ ପାରିବେ ତା ଉପରେ ସହ ଯୋଗ କରିବା ସହ ମହିଳା ମାନଙ୍କୁ ଯିଏ ଅସମ୍ମାନ କରିବ, ତା ବିରୁଦ୍ଧ ରେଦୃଢ଼ କାର୍ଯ୍ୟନୁ ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହ ଅଞ୍ଚଳ ରେ ଚୋରୀ, ଡକାୟତି, ଦୁଷ୍କର୍ମ, ହତ୍ୟା, ରାହାଜାନି କରୁଥିବା ବ୍ୟକ୍ତି, ବିଶେଷଙ୍କୁ ଉପଯୁକ୍ତ ଦଣ୍ଡ ଦେବେ ବୋଲି କହିଛନ୍ତି । ସମସ୍ତଙ୍କୁ ନେଇ ବିଶେଷ କରି ବରିଷ୍ଟ ନାଗରିକ ବ୍ୟକ୍ତି ମାନଙ୍କୁ ପ୍ରାଥମିକତା ଦେବା ମୋର ପ୍ରଥମ ଲକ୍ଷ୍ୟ ରହିଛି । ଏଥିପାଇଁ ସମସ୍ତବ୍ୟକ୍ତିଙ୍କ ସହଯୋଗ କାମନା କରିଛନ୍ତି ।