ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ରବିବାର ଦିନ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ.ସି.ସି. ଦିବସ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି । ପ୍ରଥମେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଏନ.ସି.ସି. ଧ୍ବଜାରୋହଣ କରିଥିଲେ । ଏନ. ସି. ସି. କ୍ୟାଡେଟ ମାନେ ମାର୍ଚ୍ଚପାଷ୍ଟରେ ସାମିଲ ହୋଇଥିଲେ । ମାର୍ଚ୍ଚପାଷ୍ଟ ଶେଷ ହେଲାପରେ ମହାବିଦ୍ୟାଳୟର ଏମ.ପି ହଲ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଯୁକ୍ତଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରତ୍ନତତ୍ତ୍ୱ ବିଭାଗ ପ୍ରାଧ୍ୟାପକ ଡ଼. ରଣବୀର ସିଂହ, ଓ. ଟି. ଏବଂ ଏନ.ସି.ସି. ଅଧିକାରୀ କ୍ୟାପଟେନ ବିଷ୍ଣୁଦେବ ସିଂହ ମଲ୍ଲିକ ସିଟି ଏବଂ ଏନ.ସି.ସି. ଅଧିକାରୀ ତଥା ଇଂରାଜୀ ଅଧ୍ୟାପିକା ନିବେଦିତା ଆଚାର୍ଯ୍ୟ, ବାଣିଜ୍ୟ ବିଭାଗ ଅଧ୍ୟାପକ ତଥାଗତ ରାଉତ ପ୍ରମୁଖ ଉପସ୍ଥିତ ହୋଇ ଏନ.ସି.ସି କ୍ୟାଡ଼େଟ ମାନଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୁନିୟର ଅଣ୍ଡର ଅଧିକାରୀ ମୋହନ ପଟେଲ, ଅଣ୍ଡର ଅଧିକାରୀ ଉମାକାନ୍ତି ପୋଢ଼, କ୍ୟାଡ଼େଟ ପରୀ ଟଣ୍ଡନ,ବନ୍ଦନା ମାଝୀ, ସ୍ୱାତୀ ମାଝୀ,ଦେବକୀ ବିହାରୀ, ଉମା ନାଗ,ପ୍ରେମଲାଲ ସାହୁ,ରାହୁଲ ସାହୁ,ମମତା ଦଣ୍ଡାସେନା,ମଧୁର ଦୀପ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ କ୍ୟାଡ଼େଟ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।