ଇନ୍ଦ୍ରାବତୀରୁ ଜଳସେଚନ ନହେଲେ ଆନ୍ଦୋଳନ ସୁନିଶ୍ଚିତ

କେନାଲ ପାଣି ନେଇ ତେଜୁଛି ଚାଷୀ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ମେଗା ଉଠାଜଳ ସେଚନ ପ୍ରକଳ୍ପରୁ ଚଳିତ ରବି ଚାଷ ପାଇଁ ଜଳ ସେଚନ ବନ୍ଦ ରହିବା ନେଇ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପରେ ବଢ଼ିବାରେ ଲାଗିଛି ଚାଷୀ ଅସନ୍ତୋଷ। ଏନେଇ ଚାଷୀକୂଳ ବାରମ୍ବାର ଦାବିପତ୍ର, ପ୍ରଶାସନ ସହିତ ଆଲୋଚନା ପରେ ମଧ୍ୟ କେନାଲ ବିଭାଗ ନିଜ ଜିଦରେ ଅଟଲ ରହିଛି। ଏବଂ ଜଳ ସେଚନ କରିବା ଦିଗରେ କୈାଣସି ଦୃଷ୍ଟି ଦେଉ ନାହିଁ। ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ଏନେଇ ସୋମବାର କୋକସରା ବ୍ଲକ ସଦର ମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ କୋକସରା ବ୍ଲକର ୧୪ ଗୋଟି ପଞ୍ଚାୟତର ଚାଷୀ ସମେତ ଜୟପାଟଣା ବ୍ଳକର ୯ ପଞ୍ଚାୟତ ଓ ଦଣ୍ଡପାଟ ଅଞ୍ଚଳର ୮ ଗୋଟି ପଞ୍ଚାୟତର ଚାଷୀମାନେ ଏକତ୍ରିତ ହୋଇ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ଏକ ବୈଠକ କରିଛନ୍ତି। ଏବଂ ଜଳ ସେଚନ ବ୍ୟବସ୍ଥା ନକଲେ ଆସନ୍ତା ୩ ତାରିଖ ଦିନ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବଂ ଅଖଚକ ସବୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ଆଜିର ବୈଠକରେ କିଶୋର ପ୍ରଧାନୀ, ଘନଶ୍ୟାମ ସାହୁ, ଜୈଲାଲ ନାଏକ, କ୍ଷୀର ସିନ୍ଧୁ ନେଗୀ, ନିମାଈ ଚରଣ ଢଙ୍ଗଡ଼ାମାଝୀ, କିରଣ ସାହୁ, ରୁଦ୍ର ନାଏକ, ନିରଞ୍ଜନ ବିଶି, ବଳିରାମ ସୁନାନୀ, ସନ୍ତ କାମାର ନାଏକ, କମଳା କାନ୍ତ ସାହୁ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.