ପଏଁରୀର ରୌପ୍ୟ ଜୟନ୍ତୀ ପାଇଁ ଡୁଙ୍ଗୁରୀପାଲି ବ୍ଲକରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ବ୍ୟାପକ ସଜବାଜ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଏଁରୀ ଅନୁଷ୍ଠାନ ଏକ ନିଆରା ପଦକ୍ଷେପ ନେଇ ଡୁଙ୍ଗୁରୀପାଲି ବ୍ଲକରେ ପଣ୍ଡକିଟାଲ ଠାରେ ପଏଁରୀ ତିହାରର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ଧୁମଧାମରେ ପାଳନ କରାଯାଇଥିଲା। ଡୁଙ୍ଗୁରୀପାଲି ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ରମେଶ ପଧାନଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ପଏଁରି ତିହାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରୀପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ଵଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗଣେଷ ଭୋଇ, ରାମପୁର ଜୋନ, ଆଇନଜୀବି ଶ୍ରବଣ ପଧାନ ଓ ଆରଏସଏସ ସଦସ୍ୟ, ଗୋବିନ୍ଦ ସେଠ, ସରପଂଚ, ପଣ୍ଡିକିଟାଲ, ଅନୁଷ୍ଠାନ ର ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ। ଅନୁଷ୍ଠାନର ତରଫରୁ ଶ୍ରୀ ରମେଶ ପଧାନଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ଲୁକି ଯାଇଥିବା କଳାକୁ ପରିବେଷଣ କରିଥିଲେ। କଳାକାର ମାନେ ଡଁଡ, ସଂଚାର, ସମ୍ପ୍ରଦା, କରମସାନି, ତାଳ ସମ୍ପ୍ରଦା, ଭାରତ ଲୀଳା, ଭାଗବତ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ। ପ୍ରଥମେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ୟ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.