ଶାନ୍ତପୁରରେ ସ୍କୁଲ ସମୂହର ଜିଲ୍ଲା ସ୍ତରୀୟ କ୍ରିକେଟ୍ ପ୍ରତିଯୋଗୀତା ଉଦଯାପିତ: ଗୋଲାମୁଣ୍ଡା ଚାମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ରେ ସୋମବାର ଉଦ୍ଘାଟିତ ହୋଇଥିଲା ଜିଲ୍ଲା ସ୍ତରୀୟ ହାଇସ୍କୁଲ ସମୂହ କ୍ରିକେଟ ପ୍ରତିଯୋଗିତା। ଏହା ବୁଧବାର ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲି ଆସୁଥିବା ୧୭ ବର୍ଷରୁ କମ ବୟସର ଖେଳାଳିଙ୍କ ପ୍ରତିଯୋଗୀତା ସମାପନ ହୋଇଛି।କଳାହାଣ୍ଡି ଜିଲ୍ଲା ୧୦ ଗୋଟି ବ୍ଲକ ର ସ୍କୁଲ ସମୂହର କ୍ରିକେଟ ଟିମ ଏଥିରେ ଅଂଶଗ୍ରହଣ କରିଥିଲେ। ସୋମବାର ଦିନ ୫ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମଙ୍ଗଳାବର ଦ୍ୱିତୀୟ ଦିନରେ ଦୁଇଗୋଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆଜି ବୁଧବାର ପୂର୍ବାହ୍ନ ୧୦.୩୦ ସମୟରେ ନର୍ଲା ଓ ଗୋଲାମୁଣ୍ଡା ଏକଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ନର୍ଲା ଟିମ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ୮ ଓଭର ବିଶିଷ୍ଟ ଖେଳରେ ପ୍ରଥମ ବ୍ୟାଟିଂ କରି ଗୋଲାମୁଣ୍ଡା ଏକାଦଶ ୬୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ ନର୍ଲା ଏକାଦଶ ୮ ଓଭରରେ ୯ ୱିକେଟ ହରାଇ ମାତ୍ର ୬୦ ରନ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଗୋଲାମୁଣ୍ଡା ସିରିଜ ଜିତି ଚାମ୍ପିଅନ ହୋଇଥିଲା। କ୍ରୀଡ଼ା ଶିକ୍ଷକ ରବିଚନ୍ଦ୍ର ନାଏକ ଓ ପ୍ରକାଶ ବିଶ୍ଵାଳ ଅମ୍ପାୟର ଭାବରେ ଫାଇନାଲ ଖେଳ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

ଆୟୋଜକ ବିଦ୍ୟାଳୟର ଶାରୀରିକ ଶିକ୍ଷକ କିଶୋର ଚନ୍ଦ୍ର ସା ଓ ଜୀତେନ୍ଦ୍ର କୁମାର ରଥ, ସୁଧିର ରାଉତ, ସମୀର କୁମାର ନାଏକଙ୍କ ସମେତ ଅନ୍ୟ ଶାରିରୀକ ଶିକ୍ଷକ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ରୁପସିଂ ରାଉତ ଡିପିଇଓ ଏବଂ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ତଥା କାର୍ଯ୍ୟ ନିର୍ବାହୀ ସମ୍ପାଦିକା ସ୍ଵେତାଳିନ ପ୍ରଧାନ ଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ସମ୍ମାନୀତ ଅତିଥି ଭାବରେ ତନ୍ମୟ କୁମାର ଦରୁୱାନ (ଏଡିଏମ କଳାହାଣ୍ଡି), ଡେପୁଟି ଡାଇରେକ୍ଟର ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବଳରାମ ହରପାଲ ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶନ ଦେବାସହ ଚାମ୍ପିଅନ ଗୋଲାମୁଣ୍ଡା ଓ ଉପବିଜେତା ନର୍ଲା ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା ଶିକ୍ଷାଧିକାରୀ ଶ୍ରୀ ରାଉତ ମଞ୍ଚ ପରିଚାଳନା କରିଥିଲେ। ପ୍ରିନ୍ସପାଲ ଶ୍ରୀମତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କ୍ରୀଡା ପତାକା ଅବନତ କରାଯାଇ କାର୍ଯ୍ୟକ୍ରମ ସମପାନ ଘୋଷଣା କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.