ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଜାତୀୟ ଉର୍ଦ୍ଦୁ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ତଥା ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ( ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର )ର ମିଳିତ ସହଯୋଗରେ ଏକଦିବସୀୟ ଜାତୀୟ ଉର୍ଦ୍ଦୁ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଅଛି। ଏହି ଆଲୋଚନାଚକ୍ରର ମୁଖ୍ଯ ପ୍ରସଙ୍ଗ ‘ଶିବଲି ନୋମାନି : ସମସାମୟିକ ସାହିତ୍ୟିକ ପ୍ରତିଭା ଏବଂ ପ୍ରାସଙ୍ଗିକତା’ ରହିଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ସମ୍ମାନୀତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମୁଖ୍ଯବକ୍ତା ଭାବେ ଉତ୍ତର ପ୍ରଦେଶ ସ୍ଥିତ ଆଜମଗଡରେ ଅବସ୍ଥିତ ଶିବଲି ଏକାଡେମୀର ବରିଷ୍ଠ ଗବେଷକ ଜନାବ ଉମେର-ଅସ-ସିଦ୍ଦିକି, ଭୁବନେଶ୍ୱର ସ୍ଥିତ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ଭାଇସ ପ୍ରେସିଡେଣ୍ଟ ଜନାବ ନଫିସ ଦସ୍ନାଭି ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ପ୍ରାରମ୍ଭିକ ଉଦବୋଧନ ଦେଇ ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର, ପ୍ରତିଷ୍ଠିତ ଉର୍ଦ୍ଦୁ ସାହିତ୍ୟିକ ଶିବଲି ନୋମାନିଙ୍କ ସାହିତ୍ୟିକ ଜୀବନ ସଂପର୍କରେ ସବିଶେଷ ଅବଗତ କରାଇଥିଲେ। ମୁଖ୍ଯବକ୍ତା ଜନାବ ଉମେର-ଅସ-ସିଦ୍ଦିକି, ଶିବଲିଙ୍କ ରଚିତ ପୁସ୍ତକ, କବିତା ଓ ହଜରତ ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ଲେଖିଥିବା ଜୀବନୀ ଗ୍ରନ୍ଥ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉର୍ଦ୍ଦୁ ଭାଷା ସାହିତ୍ୟର ବିକାଶ ନେଇ ଯତ୍ନଶୀଳ ରହିବାର ପ୍ରୟାସ ଯୋଗୁଁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ବେହେରା ଉର୍ଦ୍ଦୁ ଭାଷାରେ ରଚିତ କବିତାଗୁଡ଼ିକୁ ଓ ଶବ୍ଦର ବ୍ୟବହାରିକ ଉଦାହରଣ ଦେଇ ପ୍ରଶଂସିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଡ଼କ୍ଟର ଜାମସେଦ ଅହମଦ, ଡ଼କ୍ଟର ସୟିଦ ଅହମଦ, ଡ଼କ୍ଟର ଅହମଦ ବଦାର, ଡ଼କ୍ଟର ମହମ୍ମଦ ହୁସେନ ଜମ୍ମି, ଡ଼କ୍ଟର ସାଜିୟା ତମକିନ ଓ ଡ଼କ୍ଟର ଅଶରଫ ରେହେମାତୁଲ୍ଲା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଆଲୋଚନାଚକ୍ରରେ କଲିକତା, ଝାଡ଼ଖଣ୍ଡ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଧାମନଗର ଡିଗ୍ରୀ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁ ବିଶେଷଜ୍ଞ ଓ ଗବେଷକ ଅଂଶଗ୍ରହଣ କରିଥିଲେ। ଗବେଷଣାରତ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ସହ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ଗବେଷଣାର ସନ୍ଦର୍ଭ ଉପସ୍ଥାପନ କରି ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଂଚାଳନ ଉର୍ଦ୍ଦୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଶଦାବ ଆଲାମ କରିଥିଲେ ଓ ଆସିଷ୍ଟାଣ୍ଟ ପ୍ରଫେସର ରେଶ୍ମୀ ଖାତୁନ୍ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.