ଉତ୍ତରମୂଖୀ ଠାକୁରାଣୀଙ୍କ କୋଠିଶାଳ ଯାତ୍ରାରେ ରାମାୟଣ ନାଟକ ମଞ୍ଚସ୍ଥ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ର ବାଲିଆ ଗ୍ରାମରେ ସମସ୍ତ ଗ୍ରାମବାସୀ ଙ୍କ ଉପ ସ୍ଥିତି ରେ ମାଆଉତ୍ତର ମୁଖୀ ଠାକୁରାଣୀ ଙ୍କ ଗ୍ରାମ୍ୟ ଯାତ୍ରା ତରଫରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଗ୍ରାମର ମଙ୍ଗଳ ପାଇଁ କୋଠିଶାଳ ଯାତ୍ରା ଉପଲକ୍ଷେ ରାମାୟଣ ନାଟକ ମଞ୍ଚସ୍ଥ ହେବା ପାଇଁ ବ୍ୟବସ୍ତା କରାଯାଉଥିଲା | ଏହାକୁ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଖଲ୍ଲିକୋଟ ବିଧ୍ୟା ୟକ ପ୍ରତିନିଧି ତଥା ଭାଟ କୁମାରଡ଼ା ସମିତି ସଭ୍ୟ କୋରନାଥ ସ୍ବାଇଁ, ରିବନ କାଟି ଉଦଘାଟନ କରିଥିଲେ | ଏବଂ ଦୀପ ପ୍ରଜ୍ବଳନ କରି ମାଙ୍କ ଠାରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳଗୌଡ଼, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ଜଗନ୍ନଥ ପୁର ସମିତି ସଭ୍ୟ ସନ୍ତୋଷ ଦାସ, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, କେ ଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟା ସାରଳା ବେହେରା, ୱାର୍ଡ ସଭ୍ୟ ଝଡିଆ ବେହେରା ଦୁଃଖିଶ୍ୟାମ ମୁଦୁଲି, ସତ୍ୟ ବେହେରା, ନମିତା ବେହେରା, ଙ୍କ ସହ ପୁରୁଷୋ ତ୍ତମପୁର ଥାନା ଏସ ଆଇ ରାଜେଶ ଛତ୍ରିଆ, ଏ ଏସ ଆଇ ସ୍ୱଦେଶ ଦାଶ, ଏ ଏସ ଆଇ ସାହୁ, ତାପସବେହେରା, ଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ | ଶ୍ରୀ ଶ୍ରୀ ଉତ୍ତର ମୁଖୀ ଠାକୁରାଣୀ ଙ୍କ ନାଟ୍ୟ ଯାତ୍ରା ତଥା କୋଠି ଶାଳ, ରେ ଯାତ୍ରା ନାଟକ ରାମାୟଣ ପସରିବେଷଣ ହୋଇ ଥିଲା, ଏହି କାର୍ଯ୍ୟକ୍ରମ କୁ ସମସ୍ତ ଯୁବକ ସଙ୍ଘ, ଯୁବଗୋଷ୍ଟି, ଗ୍ରାମବାସୀ, ଙ୍କ ସମ୍ପୂର୍ଣ ସହଯୋଗ ରେ ଅନୁଷ୍ଠିତ ହୋଇ ଥିଲା | ଉପସ୍ଥିତ ଅତିଥି ମାନେ ରାବଣ ନୁହଁ ରାମଚନ୍ଦ୍ର ଙ୍କ ପରି ହୋଇ କାର୍ଯ୍ୟ କଲେ ଗ୍ରାମ ର ମଙ୍ଗଳ ହୋଇ ପାରିବ ବୋଲି ମତ ଦେଇଥିଲେ | ଏହି କାର୍ଯ୍ୟ କୁ ଏନ ରାମଚନ୍ଦ୍ର ରେଡି ସଂଯୋଜନା କରିଥିଲେ | ଏହାସହ ମେଡିକାଲ କାମରେ ବ୍ୟସ୍ତ ଥିବା ଯୁବ ନେତା ତଥା ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ ଉପସ୍ଥିତ ହୋଇ ପାରି ନଥିବାରୁ ଦୁଃଖ ପ୍ରକାଶ କରି ଏହି ଅନୁଷ୍ଠାନ କୁ ତାଙ୍କ ତରଫରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ | ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇଜଣ ପୋଲିସ ଉପସ୍ଥିତ ରହି ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.