ଆରଏସଏସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସେବା ସପ୍ତାହ ଅବସରରେ ଜିଲ୍ଲା ରକ୍ତ କେନ୍ଦ୍ରରେ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟାପକ ଶମ୍ଭୁ ଭୂଷଣ ପଣ୍ଡା ମୁଖ୍ୟ ଅତିଥି ଓ ମାଙ୍ଗୁ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ମାତାଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସହ ଜିଲ୍ଲା ସଂଘ ଚାଳକ ଜୟଦ୍ରଥ ଜଗଦଲା, ଜିଲ୍ଲା ସେବା ପ୍ରମୁଖ କୃପାସିନ୍ଧୁ ମହାକୁର ଆରଏସଏସ ର ସେବା ସପ୍ତାହରେ ର ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ରକ୍ତ ଦାନ ଶିବିରରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ କରଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗ ପ୍ରଚାରକ ପ୍ରଣବ ନାଏକ, ଜିଲ୍ଲା କାର୍ଯ୍ୟ ବାହକ ଧର୍ମେନ୍ଦ୍ର ବଡମାଳି, ଜିଲ୍ଲା ସେବା ପ୍ରମୁଖ କୃପାସିନ୍ଧୁ ମହାକୁର, ବୀରମହାରାଜପୁର ଉପଖଣ୍ଡ କାର୍ଯ୍ୟ ବାହକ ବିଭୂତି ଭୂଷଣ କୁଦେଇ ନଗର ସେବା ପ୍ରମୁଖ କାହୁଁ ଚରଣ ସାହୁ, ମନୋଜ୍ ପଣ୍ଡା, ସଞ୍ଜୟ ମହାପାତ୍ର, ରାଜେଶ୍ ସିଂ, ବିଶି କେଶନ୍ ମହାକୁଡ, ବିଶ୍ୱଜିତ୍ ନାଏକ, ସୁନିଲ କାଲସେ ପ୍ରମୁଖ ଅନେକ ରକ୍ତଦାତା ରକ୍ତ ଦାନ କରିଥିଲେ। ଏହି ଶିବିରକୁ ଲେବ ଟେକ୍ନିଶିଏନ ସତ୍ୟ ତାଣ୍ଡି, ଜଗତ ଦରୁଆନ, ରେବତୀ ମହାପାତ୍ର ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.