ଆଞ୍ଚଳିକ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷ ତ୍ରିଲୋଚନ ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ଏହି ଦିବସରେ ଶହ ଶହ ଛାତ୍ରଛାତ୍ରୀ ମାନେ ଭାଗ ନେଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ନାରାବାଜି ଦେଇ କେଗାଁ ଓ ସାନଚେରଗାଁ ଗ୍ରାମ ପରିଭ୍ରମଣ କରି ଲୋକଙ୍କୁ ସଚେତନତା କରିଥିଲେ । ପରେ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ଚପରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ଃ ଖୁସିରାମ ସୁନା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଏଡସ ରୋଗର କାରଣ ଓ ନିରାକରଣ, ସଚେତନତା, ସଂଯମତା, ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । କଲେଜର ବରିଷ୍ଟ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଭାରତୀୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଏହି ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା, ବକୃତା , ଚିତ୍ରାଙ୍କନ, ଗୀତ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଟ ଯୁବ ରେଡକ୍ରସ୍ ପରାମର୍ଶ ଦାତା ଅଗସ୍ତି ସୁନାନୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଥବିର ନାଏକ, ସୁଶାନ୍ତ କୁମାର ରଣା, ସୁକାନ୍ତ ଘଡେ଼ଇ, ଖେଳ ଶିକ୍ଷକ ଜୟଦେବ ପାଢ଼ୀ, ଅନୁଷ୍ଠାନର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.