ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଯାଦବ ଭବନଠାରେ ମ୍ୟୁନଷିପାଲଟି, ବ୍ଳକ ଓ ଏନ.ଏ.ସି.ର ଉପସ୍ଥିତ ଯାଦବ ସଭାପତି ଓ ସଂପାଦକ ମାନଙ୍କୁ ନେଇ ଏକ ପ୍ରସୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଅଭ୍ୟର୍ଥନା କମିଟିର ସଭାପତି ବିରେନ୍ଦ୍ର ବନଛୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। କମିଟିର ସଂପାଦକ  କବିରାଜ ଭୋଇ, ମାନ୍ୟବର ବିଧାୟକ କଣ୍ଟାବାଞ୍ଜି ତଥା ଉତ୍କଳ ଯାଦବ ମହାସଭାର ରାଜ୍ୟ ଉପ-ସଭାପତି ଲକ୍ଷ୍ମଣ ବାଗ ପୂର୍ବତନ ଜିଲ୍ଲା ମୂଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତି ପୂର୍ବତନ ଜିଲ୍ଲା ସଂପାଦକ  ପ୍ରଦୀପ ସେଲମା, କୋଷାଧ୍ଯକ୍ଷ ସୁଧାଂଶୁ ଶେଖର ନାଗ, ପୌରାଞ୍ଜଳ ସଭାପତି ସଂନ୍ଦିପ ବାଗ, ସଂପାଦକ ବସନ୍ତ ଷାଣ୍ଢ, କୋଷାଧ୍ଯକ୍ଷ ବାସୁଦେବ ନାଗ, ଡମନ ବଗର୍ତ୍ତି, ବାଦଳ ମହାକୁର, ଦୂତୀବାହନ ଚନ୍ଦନ, ଚିତ୍ରସେନ ବଗର୍ତ୍ତି, ଅନିରୁଦ୍ଧ ବଗର୍ତ୍ତି, ଗୋକୁଳ ଖର୍ସେଲ, ଉତ୍ତର କୁମାର ହେର୍ଣ୍ଣା, ଦୀନବନ୍ଧୁ ମନହୀରା, ଛବିଳ ମନହୀରା, ବିଜୟ କୁମାର ବିଶି, ଦିଲିପ ଖର୍ସେଲ, ଅଷୁତୋଷ ବାଗ ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସଂଗେ ସଂଗେ ଗତ ତା୧୭।୧୧/ ୨୦୨୪ ପାଟଣାଗଡ଼ର ଅନୁଷ୍ଠିତ ବୈଠକର ନିଷ୍ପତ୍ତିକୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସଭାରେ ନିନ୍ଦା କରିଥିଲେ ଏବଂ ସମସ୍ତ ଉପସ୍ଥିତ ସଭ୍ୟଙ୍କ ଅନୁରୋଧକ୍ରମେ ୧୨.୦୧.୨୦୨୫ ଜିଲ୍ଲା ଯାଦବ ମହାସଭାର ଚୟନ ପ୍ରକ୍ରିୟା ପାଇଁ ଆଗାମି ତା୨୨-୧୨-୨୦୨୪ ଦିନ ପୁଣି ଏକ ବୈଠକ ଯାଦବ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବବୋଲି ସିଦ୍ଧାନ୍ତ ଗ୍ରହଣ କରାଗଲା। ହେବାକୁ ଥିବା ବୈଠକରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସର୍ବଶେଷରେ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.