ନର୍ଲାରୁ ଭାୟା ରୁପ୍ରାରୋଡ-ପଲମ-ଭୁବନେଶ୍ୱର ସରକାରୀ ବସ ସେବା ଠପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ୩/୧୨ ମଙ୍ଗଳବାର। ଗତ ୧୨/୩ ମଙ୍ଗଳବାର ସଧାରଣ ନିର୍ବାଚନ ପୂର୍ବରୁ ଆଜିର ଦିନରେ ଲୋକଙ୍କ ଦିର୍ଘ ଦିନର ଦାବୀକୁ ସମ୍ମାନ ଜଣାଇ ନର୍ଲାରୁ ଭାୟା ରୁପ୍ରାରୋଡ- ପଲମ ଦେଇ ଭୁବନେଶ୍ୱରକୁ ବସ ସେବା ଆରମ୍ଭ କରିଥିଲେ ତତ୍କାଳୀନ ରାଜ୍ଯ ନବୀନ ସରକାର। ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ଅପରାହ୍ନ ୫ ଟା ବେଳେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ନର୍ଲା ବିଧାୟକ ଭୁପିନ୍ଦର ସିଂ। ମଙ୍ଗଳବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ନର୍ଲାରୁ ରୁପ୍ରାରୋଡ ଦେଇ ଭୁବନେଶ୍ବର ଗଡିଥିଲା ସରକାରୀ ଏସି ଡିଲକ୍ସ ବସ। ଏହା ପ୍ରତିଦିନ ସନ୍ଧ୍ୟା ୬.୩୦ରେ ନର୍ଲାରୁ ବାହାରି ରୁପ୍ରାରୋଡ-ପଲମ-ରିଷିଡା- ସୋନପୁର ଦେଇ ଭୁବନେଶ୍ବରରେ ସକାଳ ୬.୩୦ ପହଞ୍ଚୁ ଥିଲ। ଠିକ ସେହିପରି ଏହା ଭୁବନେଶ୍ଵରରୁ ସନ୍ଧ୍ୟା ୬.୨୦ରେ ବାହାରି ନର୍ଲାରେ ପରଦିନ ସକାଳ ୬.୩୦ରେ ପହଞ୍ଚୁ ଥିଲ। ହେଲେ ୯ ମାସ ପରେ ନର୍ଲାବାସୀଙ୍କ ଆଶା ବିଶ୍ୱାସ ମଉଳି ଯାଇଛି। ଗତ ଅକ୍ଟୋବର ମାସରୁ ଗୋଟିଏ ବସ ଖରାପ ହୋଇଯାଇ ଥିବାରୁ କେବଳ ଗୋଟିଏ ବସ ଦିନେ ଛାଡି ଦିନେ ଚାଲୁଥିଲା। ଏବେ ଗତ ମଙ୍ଗବାର ଠାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଏହାଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ନର୍ଲା ଅଞ୍ଚଳର ଜନ ସାଧାରଣ। ନର୍ଲାରୁ ରୁପ୍ରାରୋଡ, ପଲମ, ମୁସ୍କୁଟି, ଗିଗିନା, ଟକର୍ଲା, କଳାହାଣ୍ଡିର ବୋର୍ଡର ଅଞ୍ଚଳ କର୍ଲାମୁଣ୍ଡା, ରିଷିଡା ଦେଇ ବସ ସେବା ରହିଥିଲା। ଫଳରେ ଉକ୍ତ ଅଞ୍ଚଳର ଯାତ୍ରୀ ଉପକୃତ ହେଉଥିଲେ। ସିଧା ଦୁଆର ମୁହଁରୁ ବସ ରେ ବସୁଥିଲେ। ଏବେ ଏହି ବସ ସେବା ବନ୍ଦ ହୋଇ ପଡ଼ିବା ଫଳରେ ଉକ୍ତ ଅଞ୍ଚଳର ଯାତ୍ରୀ ମାନେ ଭୁବନେଶ୍ୱର ଯିବା ପାଇଁ ଅନେକ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଦୀର୍ଘ ଦିନର ଦାବୀ ପରେ ନର୍ଲାରୁ ଏହା ପ୍ରଥମ ବସ ସେବା ଆରମ୍ଭ ହୋଇଥିଲା। ଏହା ପୁଣି ଚାଲିବାର କିଛି ଗ୍ୟାରେଣ୍ଟି ନାହିଁ। ଉପରୁ ନିର୍ଦ୍ଦେଶ ହେବାରୁ ବନ୍ଦ ହୋଇଛି ବୋଲି ବସ ଷ୍ଟାଫ କହୁଛନ୍ତି। ହେଲେ ଏଇଠି ପ୍ରଶ୍ନ ଉଠୁଛି ଉପରୁ ମାନେ କିଏ? ବିଜେଡି ସରକାର ଅମଳରେ ଏହା ଚାଲିଥିଲା ବୋଲି ନୂଆ ସରକାର ଏହି ବସ ସେବା ବନ୍ଦ କରି ଦେଇନାହାନ୍ତି ତ ବୋଲି ଜନ ସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା ଜାଣିବାକୁ ମିଳୁଛି।

Omkar Vasthu
Omkar Vasthu
Oplus_131072

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.