ଧାମନପୁର ନିକଟରେ ଦୁର୍ଘଟଣା: ବାଇକରୁ ଖସି ଜଣେ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଧାମନପୁର ନିକଟରେ ଭାରସାମ୍ୟ ହରାଇ ବାଇକରୁ ଖସି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ମୃତ ବାଇକ ଆରୋହୀ ଜଣକ ହେଉଛନ୍ତି କୁହୁରା ଗ୍ରାମର ସିମାଞ୍ଚଳ ବାଗଙ୍କ ୨୬ ବର୍ଷୀୟ ପୁଅ ଦୁର୍ୟୋଧନ ବାଗ ଏବଂ ଗୁରୁତର ଯୁବକ ଜଣକ ଅରକ୍ଷିତ ମାଝୀ ବୋଲି ଜଣା ପଡିଛି। ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ୟୋଧନ ଓ ଅରକ୍ଷିତ କେଗାଁରୁ ଧାମନପୁର ଯାଉଥିବା ବେଳେ ଧାମନପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ସିମାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମଙ୍ଗଳବାର ସକାଳ ୧୦ ଟାରେ ଦଶପୁର ଫାଣ୍ଡିରେ ପରିବାର ଲୋକେ ଏତଲା ଦେଲା ପରେ ପୋଲିସ ୨୧୦/୨୪ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.