ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୋଲାମୁଣ୍ଡା ଠାରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ, ପ୍ରଧାନ ଶିକ୍ଷକ ରାଜୀବ କୁମାର ଖମାରୀ, ବିଆରପି ଅବନୀ ପ୍ରଧାନ, ଆଇଇଭି ଶିବ ତ୍ରିପାଠୀ, ଜନାର୍ଦ୍ଦନ ନାଗ, କମଳ ଲୋଚନ ବଗର୍ତ୍ତୀ, ବବିତା ସୁନାନୀ, କେଦାର ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଗୋଲାମୁଣ୍ଡା ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିବା ବେଳେ। ଏହି ଅବସରରେ ଡ୍ରଇଂ, ପେଣ୍ଟିଙ୍ଗ, ନାଚ, ଜିଲାପି ରେସ, ହାଣ୍ଡି ଫଟା ଭଳି ବିଭିନ୍ନ ପ୍ରତିଯୋଗୀତା କରି ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମକୁ ବିଆରସି ଅବନୀ ପ୍ରଧାନ ପରିଚାଳନା କରିଥିବା ବେଳେ ରାଜୀବ ଖମାରୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.