ଶ୍ରୀ ଗଣେଶ କଲେଜରେ ନୂତନ ଛାତ୍ର ଛାତ୍ରୀଙ୍କୁ ସମ୍ମର୍ଦ୍ଧନା ଏବଂ ବିଶ୍ବ ଏଡ୍ସ ଦିବସ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ ଶ୍ରୀ ଗଣେଶ ଉଚ୍ଚମାଧ୍ଯମିକ ବିଦ୍ୟାଳୟ ଠାରେ ବିଶ୍ବ ଏଡ୍ସ ଦିବସ ପାଳନ ଓ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏଡ୍ସ ସଚେତନର ବାର୍ତ୍ତା ଓ ସ୍ଲୋଗାନ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ। ଏହାପରେ କଲେଜ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ବହୁ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ କୁମାର ଜାଲ, ମୁଖ୍ୟ ବକ୍ତା ଭାବରେ ଶ୍ରମିକ ନେତା ବିରଞ୍ଚି ନାରାୟଣ ପଣ୍ଡା, ସମ୍ମାନିତ ଅତିଥୂ ଭାବେ ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ର ଓ ନରେନ୍ଦ୍ର କ୍ଷିତି, ସମାଜସେବୀ ଉଦ୍ଧବ ଚରଣ ସାହୁ ଯୋଗଦାନ କରି ଏଡ୍ସ ମହାମାରୀ ନେଇ ସଚେତନତା ହେବାର ବିଭିନ୍ନ ଦିଗନେଇ ବାର୍ତା ଦେବା ସହ ଏଥୂରୁ ମୁକ୍ତି ମିଳିପାରିବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଏଥ୍ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ମାର୍ଦ୍ଧନା ପ୍ରଦାନ ସହ ପରସ୍ପର ଭାତୃଭାବ ରଖ୍ ନିଜ ପାଠ ପଢା ପ୍ରତି ଯନ୍ତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମୁଦିନି ଅଧୂକାରୀ, ତ୍ରୟଲକ୍ଷ୍ମୀ ପଣ୍ଡା। ଅତିଥି ପରିଚୟ ଦେଇଥିଲେ କଲେଜ ଅଧ୍ୟକ୍ଷ ଗଣେଶ ନାଏକ, କଲେଜ ପରିଚାଳକ କିଶୋର ଚନ୍ଦ୍ର ଶତପ‌ଥୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି କଲେଜକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ସେହିପରି ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବରିଷ୍ଠ ସମ୍ବାଦିକ ସୁନ୍ଦରମୋହନ ଛତ୍ରିଆ, ଉଗ୍ରେସେନ କନ୍ଦପାନ, ସପ୍ତେଶ୍ବର ପାଢ଼ୀ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.