ବ୍ରଜବିହାରରେ ବାର୍ଷିକ କ୍ରୀଡା ଉତ୍ସବର ଦ୍ଵିତୀୟ ଦିବସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରରେ ବାର୍ଷିକ କ୍ରୀଡା ଉତ୍ସବର ଦ୍ଵିତୀୟ ଦିବସ ସମାପନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିଲେ ଭାରତ ସ୍କାଉଟ ଏଣ୍ଡ ଗାଇଡ଼, ପୂର୍ଵତନ ଜିଲ୍ଲା କମିଶନର ସୁନୀଲ କୁମାର ବେହେରା, ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ମୁଣ୍ଡ, ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ନିମନ୍ତ୍ରିତ ଅତିଥି ପ୍ରମୋଦ କୁମାର ପଟ୍ଟନାୟକ ଏବଂ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ। ପରିଚୟ ପ୍ରଦାନ କରିଥିଲେ ସୁଧୀର କୁମାର ନେଗୀ। କ୍ରୀଡା ପ୍ରମୁଖ ସୁରେଶ ସାହୁ ବାର୍ଷିକ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ।

ଅଭିଭାବକଙ୍କ ଶହେ ମିଟର ଦୌଡ଼, ଅଭିଭାବିକାଙ୍କ ମ୍ୟୁଜିକାଲ ଚୈଆର, ପୁରାତନ ଛାତ୍ରଙ୍କ ଶହେ ମିଟର ଦୌଡ଼ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଭାଇ ମାନଙ୍କ ଦ୍ୱାରା ଆକର୍ଷଣୀୟ ପିରାମିଡ଼ ପ୍ରଦର୍ଶିତ ହୋଇଥିଲା। ପରିଶେଷରେ ଭଉଣୀମାନଙ୍କ ଦ୍ୱାରା ଯୋଗଚାପ ସହ ନୃତ୍ୟ ପରିବେଷଣ କରିଥିଲେ।

କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ, ଅଭିଭାବିକା ଏବଂ ପୂର୍ଵତନ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ଶ୍ରେଣୀରୁ ଦଶମ ପର୍ଯ୍ୟନ୍ତ ଶ୍ରେଷ୍ଠ କ୍ରୀଡ଼ାବିତ ମାନଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଗଲା।

କିଶୋର ବିଭାଗର ଶ୍ରେଷ୍ଠ ଖେଳାଳୀ ଭାବରେ ଗିରିଜା ମହାଖୁଡ଼, ସ୍ମରଣିକା ମାହାର ଓ ଚନ୍ଦନ ନାଏକ ପୁରସ୍କୃତ ହେଲେ। ଧ୍ୱଜ ପତାକାକୁ ସମ୍ମାନ ପୂର୍ବକ ଅବତରଣ କରାଗଲା ଅତିଥିଙ୍କ ଦ୍ୱାରା।ଧନ୍ୟବାଦ ଦେଇଥିଲେ ମନୋଜ ନାୟକ।ପରିଶେଷରେ ଅୟସକାନ୍ତ ପତିଙ୍କ ସମାପନ ମନ୍ତ୍ରରେ ପ୍ରଜ୍ବଳିତ ଜ୍ୟୋତିକୁ ଅତିଥିଙ୍କ ଦ୍ୱାରା ନିର୍ବାପିତ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ସୁମତି ମୁଣ୍ଡ, ଦାୟିତ୍ୱରେ ଥିଲେ ଶିବ ପ୍ରଧାନ, ନରରୋତ୍ତମ ସ୍ୱାଇଁ, ସୁକାନ୍ତି ଗଉଡ଼ ଅନିତା ପଣ୍ଡା, ରଶ୍ମିତା ପଣ୍ଡା, ସୁନିତା ରାଉଳ, ଜ୍ୟୋତି ମହାପାତ୍ର, ସୁନିତା ନାୟକ, ବନଶ୍ରୀ ଦାଶ, ମନୋଜ ମୁଣ୍ଡ, ନୀଳାମୟ, ରଶ୍ମିତା ମିଶ୍ର, ଉଦ୍ଧବ ନାୟକ,ଝୁନୁଲତା ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ସାହୁ, ସୁକାନ୍ତି ଦାଶ, ସସ୍ମିତା ଖମାରୀ, ରଶ୍ମିରେଖା ସାମନ୍ତରାୟ, ରୁଦ୍ରନାରାୟଣ ସିଂ ଇତ୍ୟାଦି। ସମସ୍ତ ଭାଇ ଭଉଣୀ, ଗୁରୁଜୀ ଗୁରୁମା, ସେବକ ସେବିକା ଶେଷରେ ବିଦାୟୀ ସଂଚଳନ କରି ଯଥା ସମ୍ମାନ ପ୍ରଦର୍ଶନକରିଥିଲେ। ସମସ୍ତ କାର୍ଯ୍ୟକ୍ରମର ରିପୋର୍ଟ ପ୍ରଦାନ କରିଥିଲେ ବନଶ୍ରୀ ଦାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.