ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଆମ୍ବପାଲି ପଂଚାୟତର ଆମ୍ବପାଲି ଗ୍ରାମକୁ ଆଜି ଶ୍ରମିକଙ୍କ ମୃତଦେହ ଫେରିଥିବା ଦେଖବାକୁ ମିଳିଛି ଅଞ୍ଚଳ ସାରା ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ଆମ୍ବପାଲି ଗ୍ରାମର କିଶୋର ମାଝୀ ବୟସ (୪୦) ତାଙ୍କ ସ୍ତ୍ରୀ ଓ କୁନି ଝିଅଙ୍କ ଶହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ତେଲେଙ୍ଗାନା ରାଜ୍ୟର ସିକେନ୍ଦ୍ରାବାଦର କାର୍ପେଟ ଗ୍ରାମାଞ୍ଚଳ ଏକ ଅଣ୍ଡା କମ୍ପାନୀ ଠାରେ ଶ୍ରମିକ ଭାବରେ କାର୍ଯ୍ୟରତ ଥିଲେ । ଗତ କିଛିଦିନ ହେବ ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସିତ ହେଉଥିବାବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ଦିନ ଅପରାହ୍ଣ ସମୟରେ ତାଙ୍କ ମୃତଦେହ ଆମ୍ବୁଲାନ ସାହାଯ୍ୟରେ ନିଜ ଗାଁ ଆମ୍ବପାଲି ଗ୍ରାମ ଠାରେ ପହଂଚିଛି ମାଲିକ ଆମ୍ବୁଲାନ୍ସ ଶବ ଆଣିବା ପାଇଁ କିଛି ନ ଦେଇ ଶବ ନେବା ପାଇଁ କହିଥିଲେ ଶବ ଆଣିବା ପରେ ଗାଁ ମୂତଙ୍କ ସ୍ତ୍ରୀ ଧାର କରଜ କରଜ ଆମ୍ବୁଲାନ୍ସକୁ ପଚାଶ ହଜାର ଦେଇଥିଲେ । ପ୍ରଶାସନ ତରଫରୁ ତାଙ୍କ ସ୍ତ୍ରୀ ଅନାଥ ଝିଅ ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।