ଲାଖଗୁଡ଼ାରେ କାର୍ତ୍ତିକେଶ୍ୱର ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଲଖଗୁଡ଼ାର ଧର୍ମ ପରାୟଣ ବ୍ୟକ୍ତି କାର୍ତ୍ତିକେଶ୍ୱର ଭୋଇଙ୍କ ଉଦ୍ଦେଶ୍ୟରେ ଏକାଦଶାହ କାର୍ଯ୍ୟରେ କୁଲତା ସମାଜ ପକ୍ଷରୁ ଜିଲ୍ଲା ବଂଶ ସୁରକ୍ଷା ସମିତିର ସଭାପତି କେଶବ ଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଗତ ୨୪/୧୧ରେ ୮୫ ବର୍ଷ ବୟସରେ ଶ୍ରୀ ଭୋଇଙ୍କ ସ୍ଵର୍ଗବାସ ହୋଇଥିଲା। ବୁଧବାର ତାଙ୍କର ଏକାଦଶାହ ପୁଣ୍ୟ ତିଥି ଥିଲା। ଏହି କାର୍ଯ୍ୟକ୍ରମରେ କୁଲତା ସମାଜର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ଉପଦେଷ୍ଟା ହରିଶ୍ଚନ୍ଦ୍ର ବୁଦ୍ଧିଆ, ଟଙ୍କଧର ଭୋଇ ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ ଶ୍ରୀ ଭୋଇଙ୍କ ସ୍ମୁତି ଚାରଣ କରିଥିଲେ। କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବିଜୟ ଭୋଇ, ନରେନ୍ଦ୍ର ପଧାନ, ଭାଗିରଥି ନାଏକ, ଜଗୁଲାଲ ଭୋଇ, ସନ୍ତୋଷ ବୁଦ୍ଧିଆ, ବିନୋଦ ଖମାରୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ବର୍ଗତ ଶ୍ରୀ ଭୋଇଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଯୁବ କୁଲତା ସଦସ୍ୟ ଅବନୀ ପଧାନ ମଞ୍ଚ ସଂଯୋଜନା କରିଥିଲେ। ବାପାଙ୍କ ପୁଣ୍ୟ ଏକାଦଶାହ କାର୍ଯ୍ଯ ଓ ଶ୍ରଦ୍ଧାଞ୍ଜଳି ସଭାରେ ଅଂଶ ଗ୍ରହଣ କରି ଶୋକ ସନ୍ତପ୍ତ ଭୋଇ ପରିବାରକୁ ଆଶୀର୍ବାଦ କରିଥିବାରୁ ସମାଜର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଏଥିପାଇଁ ସ୍ଵର୍ଗତ କାର୍ତ୍ତିକେଶ୍ୱର ଭୋଇଙ୍କ ପୁଅ, ବୋହୁ, ଝିଅ, ଭଉଣୀ, ଜୋଇଁ ଓ ଭୋଇ ବଂଶୀୟ ଭାଇ, ପୁତୁରାମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.