କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ 

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ କେଓମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ  କାର୍ଯକ୍ରମକୁ ଉଦଘାଟନ କରିଥିବାବେଳେ ଶିକ୍ଷକ ସୁଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଶାରୀରିକ ଶିକ୍ଷକ ନରସିଂହ ସ୍ଵାମୀ ନାଇଡୁଙ୍କ ତର୍ତ୍ତାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ କେଓମାଲର ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ସାହୁ, ଦୟା ସାଗର ପାଣ୍ଡେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଦୁଇଦିନ ଧରି ହୋଇଥିବା ଏହି କ୍ରୀଡ଼ାରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ସଟ ପୁଟ, ଡିସ୍କସ ଥ୍ରୋ, ଲଙ୍ଗ ଜମ୍ପ, ରିଲେ ରେସ, ମ୍ୟୁଜିକ ଚେୟାର ଏବଂ ବିଦ୍ୟାଳୟର ମୁଖ୍ୟ ଆକର୍ଷଣ ଥିଲା ରେଡ ହାଉସ ଏବଂ ବ୍ଲୁ ହାଉସ ମଧ୍ୟରେ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏଥିରେ ରେଡ ହାଉସ ବିଜୟ ଲାଭ କରିଥିଲା। ଏହି ପରିପ୍ରେକ୍ଷୀରେ ୪୦୦ ମିଟର ବାଳକ ରେ ବିଜେତା ଆଶ୍ରିତ ଭୋଇ ପ୍ରଥମ, ତପନ ନନ୍ଦ ଦ୍ଵିତୀୟ ,ରାମ କୃଷ୍ଣ ବଗର୍ତ୍ତୀ ତୃତୀୟ। ୪୦୦ ମିଟର ବାଳିକାରେ ପ୍ରଥମ ଉମାକାନ୍ତି ମହାନନ୍ଦ , ଦ୍ଵିତୀୟ ରାକ୍ଷୀ ବାରିକ, ତୃତୀୟ ସୁବଳୟା ରାଜପଲିଆ, ସଟ ପୁଟ ବାଳକରେ ଇତୁ ଭୋଇ ପ୍ରଥମ, ଅବିନାଶ ଭୁଏ ଦ୍ଵିତୀୟ, ତପନ ନନ୍ଦ ତୃତୀୟ, ସଟ୍ ପୁଟ ବାଳିକା ବର୍ଗରେ ସଞ୍ଜନା ନନ୍ଦ ପ୍ରଥମ, ପୁଷ୍ପାଞ୍ଜଳି ଧରୁଆ ଦ୍ଵିତୀୟ, ସିମ୍ରନ୍ ନନ୍ଦ ତୃତୀୟ, ବିଦ୍ୟାଳୟର ଛାତ୍ରୀ ଉମାକାନ୍ତି ମହାନନ୍ଦ ବାଳିକା ବର୍ଗରେ ଚାମ୍ପିଆନ ହୋଇଥିଲେ। ଶେଷରେ ସଂସ୍କୃତ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କଲେ। ବିଦ୍ୟାଳୟ , ବରିଷ୍ଠ କିରାଣି ସତ୍ୟ ନାରାୟଣ ରାଜପଳିଆ, ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ସୁବିଜ୍ଞ ଗୁରାଣ୍ଡି  ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.