ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଳକ ଗସ୍ତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଗୁରୁବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ସମିକ୍ଷା କରିଛନ୍ତି। ସିଡିଓ ଶ୍ରୀ ପାଢୀ କୋକସରା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବାରେ ଭାରପ୍ରାପ୍ତ କୋକସରା ବିଡ଼ିଓ ବିଶ୍ବନାଥ ରାଉତ ସହିତ ଟେମରା, ମହିମା, କାଉଡୋଲା ଓ ବଡ଼ପୋଡାଗୁଡା ଆଦି ପଞ୍ଚାୟତ ପରିଭ୍ରମଣ କରିଥିଲେ। ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ମଧ୍ୟ ପଢାଇଥିଲେ।‌ ଡୁଡୁକାଠେଙ୍ଗା ପଞ୍ଚାୟତର ହାଇସ୍କୁଲ ଗୃହ ନିର୍ମାଣ, ମନରେଗା କାମ, ଆବାସ ଯୋଜନା ଗୃହ ନିର୍ମାଣ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ବଡ଼ପୋଡ଼ାଗୁଡ଼ା ପଞ୍ଚାୟତରେ ବନ ସୁରକ୍ଷା ସମିତି ଗୃହ, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନୂତନ ଗୃହ, କାଉଡୋଲା ପଞ୍ଚାୟତର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଓ ବସଷ୍ଟାଣ୍ଡ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେହିପରି ମହିମା ପଞ୍ଚାୟତ ଘଣ୍ଟିଗୁଡାରେ ନୂତନ ଭାବେ ନିର୍ମାଣ ହୋଇଥିବା ବନ ସୁରକ୍ଷା ସମିତି ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ପରିଦର୍ଶନ କରିବା ସହ ବିଭିନ୍ନ ପଞ୍ଚାୟତକୁ ପରିଭ୍ରମଣ କରିଥିଲେ। ଏହି ଗସ୍ତ ସମୟରେ ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ଏପିଓ ଶତିଶ୍ ରଞ୍ଜନ ବେହେରା, କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା, କୀର୍ତ୍ତି ବେହେରା, ଅଜୟ ସେନାପତି, ଅମ୍ବିକା ମାଝୀ, ପ୍ରଜାନନ୍ତ ପ୍ରକାଶ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.